ବଡମୂଳ ପର୍ଯ୍ୟଟନ ସ୍ଥଳୀରେ ଇକୋ_ରିଟ୍ରିଟ ଖୋଲିବା ପାଇଁ ବିଧାନସଭାରେ ଦାବୀ କଲେ ବିଧାୟକ
ଗଣିଆ ୨୩/୦୭( ମଣିଭଦ୍ରା ଖବର) ବଡମୂଳ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରିବା ସହିତ ସେଠାରେ ଇକୋ_ରିଟ୍ରିଟ୍ ଖୋଲିବା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଧାୟକ ରମେଶ ଚନ୍ଦ୍ର ବେହେରା ବିଧାନସଭାରେ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଜଣାଇଥିଲେ ଯେ ଗଣିଆ ବ୍ଲକର ବଡମୂଳ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରିବା ନିମନ୍ତେ ସାତକୋଶିଆର ସାମଗ୍ରିକ ଭିତ୍ତିଭୂମି ଉନ୍ନୟନ ମାଷ୍ଟର ପ୍ଲାନ୍ ଅଧିନରେ ସେଠାରେ ଭିତ୍ତିଭୂମିର ଅନୁଧ୍ୟାନ କରି ଆବଶ୍ୟକୀୟ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଅଛି ବୋଲି ସେ ପ୍ରକାଶ କରିଥିଲେ। ବିଧାୟକ ଶ୍ରୀବେହେରା ବିଧାନସଭା ଅଧିବେଶନରେ ଗଣିଆ ବ୍ଲକର ସମସ୍ୟା ଏବଂ ଆବଶ୍ୟକତା ବିଷୟରେ ଦାବି ଉପସ୍ଥାପନ କରି ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق