ବଉଳସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା କ୍ଲଷ୍ଟର ଅନ୍ତର୍ଗତ ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ଫାଲଗୁନି ମାଝୀ, ପରିବେଶବିତ ଶ୍ରୀ ଖଗେଶ୍ୱର ବସ୍ତିଆ ଓ ସି ଆର ସି ସି ନିରାକାର ସାହୁ ଉପସ୍ଥିତ ଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି " ଥିବା ଯଦି ଜଙ୍ଗଲ, ହେବା ଆମର ମଙ୍ଗଳ, ଚଳୁଥିବା ନଙ୍ଗଲ " ର ନାରା ଦେଇ ବୃକ୍ଷ ର ଉପକାରୀତା ବିଷୟରେ ବୁଝାଇଥିଲେ l ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ କୁଶ ପ୍ରଧାନ, ସହକାରୀ ଶିକ୍ଷକ ନାରାୟଣ ମହାକୁଡ଼, କେଶବ ପ୍ରଧାନ, ସଂଜୀବ ସାହୁ, ସୁଶାନ୍ତ ବଣ୍ଡକି, ଲିଙ୍ଗରାଜ ତାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ l ଦେବଦାରୁ, ଥୁଜା, ରବର ଓ ମିନି ଚମ୍ପା ସହ ପିଜୁଳି ଓ ଅମୃତ ଭଣ୍ଡା ପ୍ରଭୁତି ଗଛ ରୋପଣ କରାଯାଇଥିଲା l ବିଦ୍ୟାଳୟ ର କେତେକ ଛାତ୍ର ଛାତ୍ରୀ ମଧ୍ୟ ଗଛ ମାନଙ୍କରେ ପାଣି ଦେଇ ସୁରକ୍ଷା ଦେବାର ଦାୟିତ୍ୱ ନେଇଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق