ଗଣିଆରେ ସବ୍_ରେଜିଷ୍ଟାର କାର୍ଯ୍ୟାଳୟ ଖୋଲିବାକୁ ମିଳିଲା ଅନୁମତି, ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ ଗଣିଆ ବାସୀ
ନୟାଗଡ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ଗଣିଆ ତହସିଲରେ ସବ୍ ରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ଏବଂ ନୂଆଗାଁ ତହସିଲ ରେ ସବ୍ ରେଜିଷ୍ଟର କାର୍ଯ୍ୟାଳୟ ନଥିବା ଯୋଗୁଁ ଲୋକମାନେ ବିଭିନ୍ନ ସଂକ୍ରାନ୍ତୀୟ ପଞ୍ଜିକରଣ ପାଇଁ ନୟାଗଡ ଯାଉଥିଲେ ।ଏହି ସମସ୍ୟା କୁ ଉପଲବ୍ଧି କରି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନୂଆଗାଁ ,ଗଣିଆ ତହସିଲ ରେ ସବ୍ ରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ପାଇଁ ବିଧାନସଭାରେ ଦାବି ଉପସ୍ଥାପନା କରିଥିଲେ। ଫଳ ସ୍ୱରୂପ ନୂଆଗାଁ ଏବଂ ଗଣିଆ ତହସିଲରେ ସବ୍ ରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି।ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇବା ସହ ବିଧାୟକ କଥାରେ ନୁହେଁ କାର୍ଯ୍ୟରେ କରି ଦେଖାନ୍ତି ବୋଲି କହିଛନ୍ତି।
إرسال تعليق