BREAKING
Loading...
:

ଛାମୁଣ୍ଡିଆ ସେବା ସମବାୟ ସମିତିରେ ସଭାପତି ଭାବେ ହେମନ୍ତ ଦଳେଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ,ବିଜେଡିର ବାଜିମାତ

 ଛାମୁଣ୍ଡିଆ ସେବା ସମବାୟ ସମିତିରେ ସଭାପତି ଭାବେ ହେମନ୍ତ ଦଳେଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ



ଗଣିଆ ୦୨/୦୭(ମଣିଭଦ୍ରା ଖବର) ଗଣିଆ ବ୍ଲକ ଛାମୁଣ୍ଡିଆ ସେବା ସମବାୟ ସମିତିରେ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି  ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ହେମନ୍ତ କୁମାର ଦଳେଇ । ଉକ୍ତ ସମିତିରେ ୧୫ ଜଣ ସଭ୍ୟ ଥିବା ବେଳେ ୧୩ ଜଣ ଉପସ୍ଥିତ ଥିଲେ । ଜଣେ ମାତ୍ର ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ । ଫଳରେ ହେମନ୍ତ ଦଳେଇଙ୍କୁ ବିଜୟୀ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ । ନିର୍ବାଚନ ଅଧିକାରୀ ଭାବେ ଗଣିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ମହାପାତ୍ର ଯୋଗ ଦେଇଥିଲେ । ନିର୍ବାଚନ ଅଧିକାରୀ ନୂତନ ସଭାପତିଙ୍କୁ ଶପଥ ପାଠ କରିବା ସହିତ ଦାୟିତ୍ଵ ହସ୍ତାନ୍ତର କରିଥିବା ଜଣାପଡିଛି । ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହେବା ପରେ  ହେମନ୍ତଙ୍କୁ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ବ୍ରଜବନ୍ଧୁ ଦେହୁରୀ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ଛାମୁଣ୍ଡିଆ ରାଜନୀତି ସରଗରମ ଥିବା ବେଳେ ବିଜୁ ଜନତା ଦଳର ଏକତରଫା ବିଜୟ ଫଳରେ ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇଛି । ବିଜୟୀ ସଭାପତିଙ୍କୁ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ବ୍ଳକ ସଭାପତି ସଦାଶିବ ମିଶ୍ର ପ୍ରମୁଖ ଶୁଭେଚ୍ଛା ପ୍ରଦାନ କରିଥିବା ଜଣାପଡିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS