BREAKING
Loading...
:

ବାର୍ଷିକ ଅଧିବେଶନ,ସ୍ବାଗତ ସମ୍ବର୍ଦ୍ଧନା ଓ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 ବାର୍ଷିକ ଅଧିବେଶନ,ସ୍ବାଗତ ସମ୍ବର୍ଦ୍ଧନା ଓ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ



ନୂଆଗାଁ: ନୟାଗଡ ଜିଲ୍ଲା  ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ମା ରାମଚଣ୍ଡୀ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ନୂଆଗାଁ ବ୍ଲକ୍  ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ବାର୍ଷିକ ଅଧିବେଶନ,ସ୍ବାଗତ ସମ୍ବର୍ଦ୍ଧନା ଓ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ସମ୍ମାନୀତ ଅତିଥି ଭାବେ ସମ୍ପାଦକ ବିଭୁ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ ସେନ୍,ବ୍ଲକ୍ ସଭାପତି ଦେବରାଜ ସାହୁ,ସମ୍ପାଦକ ନରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପୁରୁଣା ପେନସନ ଉପରେ ଆଲୋଚନା କରାଯାଇଥିବା ବେଳେ ନୂତନ ଭାବେ ୨୫ ଜଣ ରେଗୁଲାର ହୋଇଥିବା ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ  ସ୍ବାଗତ ସମ୍ବର୍ଦ୍ଧନା ଏବଂ ଅବସର ଗ୍ରହଣ କରିଥିବା ଶିକ୍ଷକ କୈଳାସ ଚନ୍ଦ୍ର ନାୟକ,ଚନ୍ଦ୍ରମଣି ନାହାକ,ସୁରେନ୍ଦ୍ର କୁମାର ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ୍ ର ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ଶିକ୍ଷକ, ଶିକ୍ଷୟତ୍ରୀ,କର୍ମକର୍ତ୍ତା ଉପସ୍ଥିତ ଥିଲେ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment

Previous Post Next Post
Header ADS