କଣ୍ଟାମାଲ ରେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କଣ୍ଟାମାଲ କଲ୍ୟାଣ ମଣ୍ଡପ ଠାରେ ଏବିଇଓ ଫାଲ୍ଗୁନୀ ମାଝୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଉକ୍ତ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ନୀଳାଚଳ ଭୋଇ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ସମ୍ମାନିତ ଅତିଥିଭାବେ ଅନ୍ୟତମ ଏବିଇଓ ଦୁର୍ଗାଚରଣ ପ୍ରଧାନ, ସାଧାରଣ ସଂପାଦକ ଶିଶିର ଖଟୁଆ, ଉପସଭାପତି ଅନିତା ମେହେର,ଉପଦେଷ୍ଟା ଲୋକନାଥ ପାଢ଼ୀ ପ୍ରମୁଖ ଯୋଗଦେଇ ଅଵସର ନେଇଥିବା ଏବିଇଓ ଙ୍କ କାର୍ଯ୍ୟଶୈଳୀ ଓ ଶିକ୍ଷକଙ୍କୁ ଏକଜୁଟ କରିବାର କଳା ଉପରେ ଆଲୋକପାତ କରିଥିଲେ । ଏହି ଅଵସର ରେ ମୁଖ୍ୟ ଲିପକ ଶଙ୍କର ମହାନନ୍ଦ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଯୁଗ୍ମ ସଂପାଦକ ରଂଜୁ ଅମାତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଦିଲ୍ଲୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ସୁଦାମ ମିଶ୍ର, ପ୍ରଜିନା ପାଢ଼ୀ ,ସୁକଦେଵ ମହାଳିକ,ନିରାକାର ସାହୁ,ଇତି ମହାନ୍ତି , ଉଦ୍ଧବ ମହାଳିକ, ସତ୍ୟ ରଣା,ଗୋବର୍ଦ୍ଧନ ସାହୁ,କେଶବ ପ୍ରଧାନ, ନରେଶ ଚନ୍ଦ୍ର କର୍ମୀ,ହୃଦାନନ୍ଦ ଦନ୍ତା,ଶଶାଙ୍କ ପୋଢ଼ ସମେତ ବ୍ଲକର ସମସ୍ତ ସ୍କୁଲର ଜଣେ ଶିକ୍ଷକ ପ୍ରତିନିଧି ଯୋଗଦେଇଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment