ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ ଶୁଭାରମ୍ଭ କଲେ ବୃକ୍ଷରୋପଣ,
ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ, ଓ ପଡିଆ ଚତୁପାର୍ଶ୍ଵରେ ବ୍ୟାପକ ବ୍ରୁକ୍ଷରୋପଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି। ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସର୍ବପ୍ରଥମେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଓ ପୂର୍ବତନ ବ୍ଳକ ଅଧ୍ଯକ୍ଷ ଉପେନ୍ଦ୍ର କୁମାର ସାହୁ ପୂଜାପାଠ ପରେ ପ୍ରଥମେ ବ୍ରୁକ୍ଷରୋପଣ କରିଥିଲେ। ସମ୍ବାଦ ସାହିତ୍ୟ ଘର ବ୍ରୁକ୍ଷରୋପଣ ଅଭିଯାନ ଓ ବିଦ୍ଯାଳୟର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମର ସରପଂଚ ମିତାରାନୀ ମାଝୀ, ସମିତିସଭ୍ୟା ଅନୁପମା ମଲ୍ଲିକ, ଶିକ୍ଷାବିତ୍ ସରୋଜ କୁମାର ନାୟକ, ସମାଜ ସେବୀ ପ୍ରଶନ୍ନ କୁମାର ପଣ୍ଡା, ଆଡଭୋକେଟ ଶରତଚନ୍ଦ୍ର ବେହେରା, ଅବସରପ୍ରାପ୍ତ ବନପାଳ ପ୍ରଫୁଲ କୁମାର ଦାଶ, ସାଂସଦ ପ୍ରତିନିଧି ପ୍ରଶନ୍ନ କୁମାର ସାହୁ, ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରାଣକ୍ରୁଷ୍ନ ବେହେରା, ରତ୍ନାକର ହୋତା (କବି ସତ୍ୟ ସଂନ୍ଧ) ପରିଚାଳନା କମିଟି କର୍ମକର୍ତ୍ତା, ବିଦ୍ଯାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଓ ବହୁ ମାନ୍ଯଗଣ୍ଯ ଅତିଥି ଉପସ୍ଥିତ ଥିଲେ। ସାମ୍ବାଦିକ ପ୍ରଫୁଲ କୁମାର ପଣ୍ଡା ସଂଯୋଜନା କରିଥିଲେ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣି ଭଦ୍ରା ଖବର,
Post a Comment