ନାବାଳିକା ବିବାହ ବନ୍ଦ କଲା ଚାଇଲ୍ଡ ଲାଇନ
ଗଣିଆ ୩୦/୦୭(ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାରେ ସଚେତନତା ଯେତେ ବଢୁଛି ବାଲ୍ୟ ବିବାହ ସେତେ ଅଧିକ ହେଉଛି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଲ୍ୟବିବାହ ଥମିବାର ନାଁ ଧରୁନାହି । ଶନିବାର ଏକ ନାବାଳିକା ବିବାହ ବନ୍ଦ କରିଛି ଚାଇଲ୍ଡ ଲାଇନ । ଗଣିଆ ବ୍ଲକ ବଡସିଲିଙ୍ଗା ପଞ୍ଚାୟତ କାଣିପୋଖରୀ ଗ୍ରାମର ବିଶ୍ବାମିତ୍ର ମାଝି ଦଶପଲ୍ଲା ବ୍ଳକ କନ୍ଧଜିଲିଣ୍ଡା ଗ୍ରାମର ଗୋଟିଏ ୧୫ ବର୍ଷର ନାବାଳିକାକୁ ଆଣି ନିଜ ଘରେ ରଖିଥିଲେ ଆଗାମୀ ଦିନରେ ବିବାହ ସ୍ଥିର ହୋଇଥିଲା । ଝିଅଟି କୁଲୁରୁକୁମ୍ପା ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲା । ତେବେ ଚାଇଲ୍ଡ ଲାଇନ ସଦସ୍ୟ ଆନନ୍ଦ ଚନ୍ଦ୍ର ବେହେରା,ସିଡିପିଓ ସୈଦାମିନୀ ପଣ୍ଡା ଏବଂ ଗଣିଆ ଥାନାର ମିଳିତ ଉଦ୍ୟମରେ ପୁଅ ଘରେ ପହଞ୍ଚି ଝିଅକୁ ଉଦ୍ଧାର କରି ଝିଅର ମାମୁଁ ଘର କନ୍ଧଜିଲିଣ୍ଡାରେ ଛାଡିଥିଲେ । ପୁଅର ବାପ ମା ଚୁକ୍ତିପତ୍ର ସ୍ବାକ୍ଷରିତ କରି ଝିଅକୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ ବାହାଘର କରିବେ ନାହିଁ ବୋଲି ଲେଖିଥିଲେ । ଏଥିରୁ ବିଚ୍ୟୁତ ହେଲେ ଉଭୟ ପରିବାର ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ମଧ୍ୟ ସ୍ବାକ୍ଷର କରିଥିଲେ । ସରକାରଙ୍କ କୋହଳ ନୀତି ଯୋଗୁଁ ନୟାଗଡ଼ରେ ବାଲ୍ୟ ବିବାହ ବନ୍ଦ ହେଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment