BREAKING
Loading...
:

ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା, ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାମ୍ବାଦିକ ସଂଘ

 ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା, ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାମ୍ବାଦିକ ସଂଘ 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)କରୋନା ସମୟରେ ମୃତ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ ସଭାପତି ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାଯାଇଛି । ଗତ ତା ୧୦.୦୫.୨୦୨୧ ରିଖରେ କରୋନାରେ ପିଡିତ ସ୍ୱର୍ଗତ ବସ୍ତିଆଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ରାସ୍ତାରେ ଆମ୍ବୁଲାନସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ସ୍ୱର୍ଗତ ବସ୍ତିଆଙ୍କ ପରିବାରକୁ ତୁରନ୍ତ ସରକାର କୋଭିଡ ଯୋଦ୍ଧା ଭାବରେ ଘୋଷଣା ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବାକୁ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ ତରଫରୁ ଦାବି କରାଯାଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଏ ନେଇ ବାରମ୍ବାର ସରକାରଙ୍କୁ ପତ୍ର ଜରିଆରେ ଅବଗତ କରି ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଇତି ମଧ୍ୟରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ଭାବରେ ଦାୟିତ୍ୱଗ୍ରହଣ କରିବାପରେ ଜୁନ ୧୫ତାରିଖ କଣ୍ଟାମାଳ ଗସ୍ତରେ ଆସିଥିବା ବେଳେ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ(କବ୍‌ଜା) ପକ୍ଷରୁ ଏସମ୍ପର୍କରେ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା l ସେହିପରି ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଗୋଟିଏ ମାସ ଭିତରେ ସହାୟତା ପ୍ରଦାନ କରାଯିବା ନେଇ ମନ୍ତ୍ରୀ ଶ୍ରୀଅମାତ ପ୍ରତିଶୃତି ଦେଇଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ର ଏବଂ ମନ୍ତ୍ରୀ ଶ୍ରୀ ଅମାତଙ୍କ ଉଦ୍ୟମକ୍ରମେ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଗତ ୧୧ ତାରିଖ ଦିନ ସରକାର ୪ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେଇଥିବାରୁ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ ( କବଜା )ଓ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା  ପକ୍ଷରୁ ମନ୍ତ୍ରୀ ଶ୍ରୀ ଅମାତ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS