BREAKING
Loading...
:

ତପସ୍ୟା ଶିଶୁ ଗୃହ ରାସ୍ତାରେ ପାଣି, ଯାତାୟତରେ ବାଧା

   ତପସ୍ୟା ଶିଶୁ ଗୃହ ରାସ୍ତାରେ ପାଣି, ଯାତାୟତରେ ବାଧା 




ନୟାଗଡ଼ (ମଣିଭଦ୍ରା ଖବର) ଘଡୁଆଲ ରେ ଥିବା ତପସ୍ୟା ଶିଶୁ ଗୃହରେ ଥିବା ଅନାଥ ଆଶ୍ରମ ଝିଅ ମାନେ ସ୍କୁଲ କୁ ଯିବା ପାଇଁ ବାଧକ ସୃଷ୍ଟି ହେଉଛି । ଲଗାଣ ବର୍ଷା ହେବା ଦ୍ୱାରା ନୟାଗଡ଼ ସିନ୍ଦୁରିଆ,ଦୁର୍ଗାପ୍ରସାଦ ର ଡ୍ରେନେଜ ପାଣି ସବୁ ଘଡୁଆଲ ରେ ଥିବା ତପସ୍ୟା ଶିଶୁ ଗୃହ ଦେଇ ଯାଉଥିବାରୁ ଛୋଟ ଛୋଟ ଛୁଆ ମାନେ ସ୍କୁଲ ଯିବା ପାଇଁ ଅସୁବିଧା ହେଉଛି । ସେହି ରାସ୍ତା ରେ ପ୍ରବଳ ମାତ୍ରା ରେ ପାଣି ଯିବା ଦ୍ୱାରା ରାସ୍ତା ଆଣ୍ଠୁଏ ଖାଲ ହେଵା ସହିତ ରାସ୍ତା ପାଣି ଦ୍ୱାରା ତାଡି ହୋଇ ଯାଇଛି  । 



ଏହା ଦ୍ୱାରା ପିଲା ମାନେ ଯିବା ଆସିଵା ପାଇଁ ଅସୁବିଧା ହେଉଛି ଓ ଯିବ ଯନ୍ତୁ ସାପ ସରି ସୃପ ସେହି ପାଣି ରେ ଯିବା ଆସିବା କରୁଛନ୍ତି । ବର୍ଷା ଛାଡିଲେ ମଧ୍ୟ ପାଣି ବନ୍ଦ ହେଉନାହିଁ  ।  ପାଣି କାଦୁଅରେ ଯାତାୟତ କରି ଛାତ୍ରୀ ମାନେ ଥଣ୍ଡା ରୋଗରେ ଆକ୍ରାନ୍ତ ହେଉଛନ୍ତି ।  ଫଳରେ ଛାତ୍ରୀ ମାନେ ପାଠ ପଢ଼ିବାକୁ ଯିବା ସମ୍ଭବ ହୋଇପାରୁନାହିଁ । ଏହି ଉପରେ ସରପଞ୍ଚ, ସମିତି ସଭ୍ୟ କୁ ଜଣାଇଲେ ମଧ୍ୟ କେହି ଏହି ଉପରେ ଧ୍ୟାନ ଦେଉନାହାନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS