BREAKING
Loading...
:

ଦୈପ୍ରଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ଦୈପ୍ରଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

  




ଭୁବନେଶ୍ୱର (ମଣିଭଦ୍ରା ଖବର) ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦାନ ପ୍ରକ୍ରିୟା ଚାଲୁ ରହିଛି । ତେବେ ଦଳର ନିଷ୍ପତ୍ତିକୁ ଅଗ୍ରାହ୍ଯ କରି କ୍ରସ ଭୋଟିଂ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେ ଦୈପ୍ରଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ମୋକିମ କ୍ରମ ଭୋଟିଂ କରିବା ଫଳରେ ଦଳରେ କମ୍ପନ ସୃଷ୍ଟି ହୋଇଛି । ମୋକିମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି । ଓଡ଼ିଶାର ଗର୍ବ ପାଇଁ ଜଣେ ଓଡ଼ିଆ ଝିଅକୁ ଭୋଟ ଦେଇଥିବା କଥା ସେ ପ୍ରକାଶ କରିଛନ୍ତି । ଦୈପ୍ରଦୀଙ୍କୁ ଭୋଟ ଦେଇଥିବାରୁ ମହମ୍ମଦ ମୋକିମଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS