BREAKING
Loading...
:

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲ ମାନଙ୍କ ରେ ଖାଦ୍ୟ ଯାଞ୍ଚ,, ଫୋଫାଡ଼ିଲେ ବାସି ଖାଦ୍ୟ

 ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ହୋଟେଲ ମାନଙ୍କ ରେ  ଖାଦ୍ୟ ଯାଞ୍ଚ,, ଫୋଫାଡ଼ିଲେ ବାସି ଖାଦ୍ୟ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଧେଶ ରେ ସୋନପୁର ସହରର ହୋଟେଲ ଓ reasturant ମାନଙ୍କରେ ଖାଦ୍ୟ ର ମାନ ଯାଞ୍ଚ ଓ ସଚେତନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ  ଆଜି ସହର ର  ବିଭିନ୍ନ ସ୍ଥାନ ରେ  ଅଚାନକ ପରିଦର୍ଶନ କରିଛନ୍ତି l ଡ଼ାଇରିଆ ରୋଗ  ବ୍ୟାପୁଥିବାରୁ ସୋନପୁର ସହରରେ ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଯେପରି ହୋଟେଲ ଓ ରେସ୍ଟରାଣ୍ଟ  ମାନଙ୍କରେ ଲୋକମାନଙ୍କୁ ନ ଦିଅନ୍ତି ସେଥିପାଇଁ ସୋନପୁର ସହରରେ ଏ ସବୁର ଯାଞ୍ଚ ପାଇଁ ଏକ ଟିମ ସମସ୍ତ ହୋଟେଲ ଓ ରେସଟୁରାଣ୍ଟ କୁ ଯାଇ ଖାଦ୍ୟ ର ମାନ ପରୀକ୍ଷଣ ଓ ସଚେତନ କରିଛନ୍ତି  l ଏବଂ ବିଭିନ୍ନ ଜାଗାରୁ 50/60 କେଜି ବାସି ଓ ମଶା ମାଛି ପଡ଼ିଥିବା ଖାଦ୍ୟ ଫୋଫାଡ଼ି ଆଗାମୀ ଦିନରେ ଏ ସବୁ ର ସୁଧାର ଦିଗରେ ଧ୍ୟାନ ନ ଦେଲେ ଦୋକାନୀ ମାନଙ୍କୁ  ହଜାର ହଜାର ଟଙ୍କା ଜୋରିମାନା କରି ଦୋକାନ କୁ ସିଲ କରାଯିବ ବୋଲି  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ l  ଏହି ଟିମ ରେ ଖାଦ୍ୟନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଓ ଅନ୍ୟ ମାନଙ୍କ ମଧ୍ୟରେ ରୁଚିକାନ୍ତ ଭୋଇ, ଶ୍ରୀବନ୍ତ ଖଣ୍ଡଗିରି, ରାକେଶ ମାହାନା ପ୍ରମୁଖ ଟିମ ସାମିଲ ଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS