BREAKING
Loading...
:

ମେଘମୟ କବିତା ଅ‍ାସର "କବିତା ଶ୍ରାବଣୀ "

 ମେଘମୟ କବିତା ଅ‍ାସର

"କବିତା ଶ୍ରାବଣୀ " 

 



ସୁବର୍ଣ୍ଣପୁର ମଣିଭଦ୍ରା ଖବର 

ମହାନଦୀ ସାହିତ୍ୟ ସଂସଦ ,ସୁବର୍ଣ୍ଣପୁରର ସଭ୍ୟ ସଭ୍ୟାମାନଂକୁ ନେଇ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।ପ୍ରାରମ୍ଭରେ ସଂସଦର ଉପସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ କବି ଓ କବିତାକୁ ନେଇ ଏକ ସଭାର ଆୟୋଜନ ହୋଇଥିଲା । ସଂସଦର ସାଧାରଣ ସଂପାଦକ ଡକ୍ଟର ସୌରଭ ରଜନ ଖମାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ଶ୍ୟାମା ଓଁ ପ୍ରସାଦ ସଂସଦର ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇ ସମସ୍ତଂକୁ ସାଧୁବାଦ ଜଣାଇ ଥିଲେ ।ସଭା ଶେଷରେ କବି ବେଣୁଧର ପ୍ରଧାନଙ୍କ ସଂଯୋଜନାରେ  କବି ରଂଜୁ ଅମାତ, କୁମାର ଭାର୍ଜନ,ପ୍ରଭୁଦତ୍ତ ରଥ ସସ୍ମିତା ମେହେର,ଶିବରାଜ କମ୍ପ,ପ୍ରଦ୍ୟୁମ୍ନ କୁମାର ସାହୁ,କ୍ଷୀରୋଦ କୁମାର ବିଶ୍ବାଳ, ଅଦ୍ବୈତ କୁମାର ପଣ୍ଡା , ବିଘ୍ନରାଜ ପଣ୍ଡା,ଯୁଧିଷ୍ଠିର ବାରିକ, ଲକ୍ଷ୍ମୀନାରାୟଣ  ସାହୁ,ଶିବରାମ ମିଶ୍ର,ଦେବାଶିଷ ପଟ୍ଟନାୟକ, ସୁରେନ୍ଦ୍ର  କୁମାର ମିଶ୍ର ପ୍ରମୁଖ ସ୍ବରଚିତ କବିତାମାନ ଆବୃତ୍ତି କରିଥିବା ବେଳେ ଅବିନାଶ ହୋତା,ବନମାଳୀ ପଣ୍ଡା,ଦେବରଞ୍ଜନମହାପାତ୍ର, ଯୁଧିଷ୍ଠିର ପ୍ରଧାନୀ, ମନୋଜ ବାରିକ  ପ୍ରମୁଖ  କାର୍ଯ୍ୟକ୍ରମ କୁ ସଫଳ ଭାବରେ ଆୟୋଜନ କରିବାରେ ସହଯୋଗ କରିଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS