BREAKING
Loading...
:

ମୋବାଇଲ ଟାୱାର ନିର୍ମାଣ ପାଇଁ ବିଧାନସଭାରେ ଦାବି ଉପସ୍ଥାପନା କଲେ ଦଶପଲ୍ଲା ବିଧାୟକ

 ମୋବାଇଲ ଟାୱାର ନିର୍ମାଣ ପାଇଁ ବିଧାନସଭାରେ ଦାବି ଉପସ୍ଥାପନା କଲେ  ଦଶପଲ୍ଲା ବିଧାୟକ 




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ  ନୂଆଗାଁ ,ଦଶପଲ୍ଲା , ଗଣିଆ ବ୍ଲକ୍   କୁ ନେଇ ଗଠିତ।ଦେଖିବାକୁ ଗଲେ ୩ ଟି ବ୍ଲକ୍ ରେ ଦୁର୍ଗମ ଅଞ୍ଚଳ ଅଧିକ ।ଯାହା ଫଳରେ ଅଧିକାଂଶ  ଦୁର୍ଗମ ଅଞ୍ଚଳ ରେ କୌଣସି ଟାୱାର ନଥିବା ଯୋଗୁଁ ଲୋକ ମାନେ ମୋବାଇଲ ସେବା  ରୁ  ବଞ୍ଚିତ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛନ୍ତି।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଥିବା  ଦୁର୍ଗମ ଅଞ୍ଚଳ ର  ଲୋକମାନଙ୍କ ଏଭଳି ସମସ୍ୟା କୁ ନେଇ ଦୁର୍ଗମ ଅଞ୍ଚଳ ରେ ଟାୱାର ନିର୍ମାଣ ପାଇଁ ବିଧାନସଭା ରେ ପ୍ରଶ୍ନ ମାଧ୍ୟମରେ ଦାବି ଉପସ୍ଥାପନା କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଏପରିକି ଦୁର୍ଗମ ଅଞ୍ଚଳ ରେ ମୋବାଇଲ ଟାୱାର ନଥିବା ଯୋଗୁଁ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଅନ୍ତରାୟ ସୃଷ୍ଟି ହେଉଥିବା ପ୍ରକାଶ କରିଥିଲେ ଦଶପଲ୍ଲା ବିଧାୟକ।ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଥିଲେ ଯେ ଦୁର୍ଗମ ଅଞ୍ଚଳ ରେ  ଟାୱାର ନିର୍ମାଣ ପାଇଁ  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ କ୍ୟାବିନେଟ୍ ରେ  ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ତତ୍  ଦଶପଲ୍ଲା ବିଧାୟକ ବିଭାଗୀୟ ମନ୍ତ୍ରୀ ଏବଂ ବିଭିନ୍ନ ମୋବାଇଲ ଟାୱାର ର ଅଧିକାରୀ ଙ୍କ ସହ ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଦୁର୍ଗମ ଅଞ୍ଚଳ ର ଲୋକମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଧାନସଭାରେ ଦାବି ଉପସ୍ଥାପନା କରିବା କାର୍ଯ୍ୟ କୁ ଦଶପଲ୍ଲା ନିର୍ବାଚନ  ମଣ୍ଡଳୀର ଜନ ସାଧାରଣ ପ୍ରଶଂସା କରିଛନ୍ତି।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS