ନବୋଦୟ ବିଦ୍ୟାଳୟ ବୌଦ୍ଧ ର ସଫଳତା
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଜବାହାର ନବୋଦୟ ବିଦ୍ୟାଳୟ, ପାଲଝର, ବୌଦ୍ଧ ରେ CBSE ରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି l ଦ୍ୱାଦଶ ଶ୍ରେଣୀରେ ସୁଶ୍ରୀ ଲିପସିତା ରାଉଳ ମୋଟ 462 ନମ୍ବର ରଖିବା ସହ 92.4% ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ମୋଟ 45 ଜଣ ଛାତ୍ର ଛାତ୍ରୀ ଦ୍ୱାଦଶ ଶ୍ରେଣୀ ରେ ଅଧ୍ୟୟନ କରୁଥିଲେ ଓ ସମସ୍ତେ କୃତିତ୍ୱର ସହ CBSE ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେହିପରି ଦଶମ ଶ୍ରେଣୀରେ ମୋଟ 80 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ l ସଂଯୋଗ କୁମାର ରଥ 482(96.4%) ସର୍ବୋଚ୍ଚ ନମ୍ବର ରଖି ବିଦ୍ୟାଳୟ ର ଶିକ୍ଷକ ମାନଙ୍କୁ ଗର୍ବିତ କରାଇଛନ୍ତି l ମାତୃଭାଷା ଓଡ଼ିଆରେ ସଂଯୋଗ ଓ ଶୈବାଲିନୀ 100 ରୁ 100 ନମ୍ବର ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ଛାତ୍ର ଛାତ୍ରୀ ଙ୍କର ଏହି ସଫଳତା ନିମନ୍ତେ ଅଭିଭାବକ ମାନେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟମି ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment