BREAKING
Loading...
:

ମନିଷାଙ୍କୁ ଦଶପଲ୍ଲା ନଗର ମହିଳା ସଭାନେତ୍ରୀ ଏବଂ ଇପସିତାଙ୍କୁ ଜିଲ୍ଲା ଉପସଭାନେତ୍ରୀ ଦାୟିତ୍ଵ

ମନିଷାଙ୍କୁ ଦଶପଲ୍ଲା ନଗର ମହିଳା ସଭାନେତ୍ରୀ ଏବଂ ଇପସିତାଙ୍କୁ ଜିଲ୍ଲା ଉପସଭାନେତ୍ରୀ ଦାୟିତ୍ଵ




ଭୁବନେଶ୍ୱର (ମଣିଭଦ୍ରା ଖବର) ନୟାଗଡ ବିଜୁ ମହିଳା ଜନତା ଦଳରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ । ଦଶପଲ୍ଲା ନଗର ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ବବିତା ସାହୁଙ୍କ ବଦଳରେ ନୂତନ ସଭାନେତ୍ରୀ ଭାବେ ମନିଷା ମିଶ୍ରଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ରଞ୍ଜୁ ପଣ୍ଡାଙ୍କ ବଦଳରେ ନୂତନ ସଭାନେତ୍ରୀ ଭାବେ ଇପସିତା ପ୍ରିୟଦର୍ଶିନୀଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଛି । ନୂତନ ଭାବେ ଦାୟିତ୍ଵ ପାଇଥିବା ଉଭୟ ମନିଷା ଏବଂ ଇପସିତା ମହିଳା ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS