BREAKING
Loading...
:

କଲେଜରେ ଘଟିଥିବା ୭୦ ଲକ୍ଷ ଟଙ୍କାର ଘୋଟାଲା ସମ୍ପର୍କରେ ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କଲେ ବରିଷ୍ଠ ନାଗରିକ ମଞ୍ଚ

 କଲେଜରେ ଘଟିଥିବା ୭୦ ଲକ୍ଷ ଟଙ୍କାର ଘୋଟାଲା ସମ୍ପର୍କରେ ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କଲେ ବରିଷ୍ଠ ନାଗରିକ ମଞ୍ଚ



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବରିଷ୍ଟ ନାଗରିକ ସଂଘ ସୋନପୁର ର କର୍ମକର୍ତ୍ତା ସମ୍ପ୍ରତି କଲେଜ ରେ ଘଟିଥିବା ସତୁରୀ ଲକ୍ଷ ଟଙ୍କାର ଘୋଟାଲା  ଉପରେ ଅଧ୍ୟକ୍ଷଙ୍କ ସହିତ ଗତ କାଲି ଆଲୋଚନା କରିଥିଲେ  ।ଏହା ଉପରେ ପୋଲିସର ଅନୁସନ୍ଧାନ ଚାଲିଥିବା ବିଷୟ ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଏହା ସହିତ ମହାବିଦ୍ୟାଳୟର ଯୌନ ନିର୍ଯାତନାର ଅଭିଯୋଗ ପ୍ରସଙ୍ଗ ଉପରେ ଉଦ୍ବବେଗ ପ୍ରକାଶ ପୂର୍ବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ କରିଥିଲେ ଏବଂ କଲେଜ ପରିଚାଳନା କମିଟି, ଅଭିଭାବକ କମିଟି ଓ ଷ୍ଟାଫ୍ କାଉନସିଲ୍ ସହିତ ଆଲୋଚନା କରି ଉଭୟ ଘଟଣାର ସତ୍ୟତା ଓ କଲେଜ ପାଣ୍ଠିର ବହୁମୂଲ୍ୟ ସମ୍ପତ୍ତିକୁ ଉଦ୍ଧାର ଓ ଅନୁଷ୍ଠାନର ସୁନାମ ବଜାୟ ରଖିବାକୁ  ଏ କମିଟି ଅନୁରୋଧ କରିଥିଲେ । ସୋନପୁର ବରିଷ୍ଟ ନାଗରିକ କମିଟିର ସଭାପତି ଡ.ଜ୍ୟୋତି ରଞ୍ଜନ ବହିଦାର, ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ବରିଷ୍ଟ ସଦସ୍ୟ ତଥା ଆଇନଜିବୀ ବ୍ୟୋମକେଶ ଦାଶ , ଡ୍ ସନ୍ତୋଷ କୁମାର ପାଢୀ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । କଲେଜ ର ବିଭିନ୍ନ ଘଟଣା ର ସମାଧାନ ଓ ସମସ୍ତ କ୍ଷେତ୍ରରେ ସଂସ୍କାର ଓ ସୁଧାର ଆଣିବାକୁ କଲେଜ ପରିଚାଳନା କମିଟି ସଭାପତି ଓ ଜ଼ିଲ୍ଲାପାଳ ଙ୍କୁ ଏସପି ଙ୍କୁ ଭେଟି ଇତି ମଧ୍ୟରେ ଏ ସମସ୍ତ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ବରିଷ୍ଠ ନାଗରିକ କମିଟି ପକ୍ଷରୁ ପ୍ରକାଶ ପାଇଛି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS