ବିଶ୍ୱ ଶାନ୍ତି ପାଇଁ ପ୍ରକୃତି ପୂଜା ଓ ବୃକ୍ଷ ରୋପଣ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ସଦର ଜନମୁରା ଯୋଗୀ ଯୋଗିନୀ ମଠ ରେ ବିଶ୍ଵ ଶାନ୍ତି, ପ୍ରକୃତି ଶାନ୍ତି ଅବସର ରେ ବୈଦିକ ଯଜ୍ଞ ଓ ବୃକ୍ଷ ପୂଜନ ଓ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପରିବେଶ ପ୍ରଦୂଷଣ ପାଇଁ ଓ ଜଙ୍ଗଲ ନଷ୍ଟ ଯୋଗୁଁ ଏବେ ସାରା ବିଶ୍ୱ ରେ ପ୍ରକୃତି ନିୟନ୍ତ୍ରଣ ହରାଇଛି l କେବେ କରୋନା ତ କେବେ ବଜ୍ରାଘାତ, କେବେ ଉତ୍ତାପ ବୃଦ୍ଧି ତ କେବେ ଅଂଶୁଘାତ, ବନ୍ୟା ବାତ୍ୟା ମରୁଡି ଓ ନାନା ଅଜଣା ରୋଗରେ ଲୋକେ ପୋକ ମାଛି ପରି ମାରୁଛନ୍ତି କେତେ ପଙ୍ଗୁ ଅବସ୍ଥା ରେ ବି ଅଛନ୍ତି l ପୃଥିବୀ ର ଏଭଳି ସ୍ଥିତି ରେ ସମଗ୍ର ପରିବେଶ ସୁରକ୍ଷା ଓ ତାର ସନ୍ତୁଳନ ପାଇଁ ଚାରିଆଡେ ଏବେ ପ୍ରକୃତି ପୂଜା, ହୋମ ଯଜ୍ଞ, ବୃକ୍ଷ ରୋପଣ ଓ ତାରି ଯତ୍ନ ପାଇଁ ଆଗଭର ହେବାର ଚିତ୍ର ସାମନା କୁ ଆସିଛି ସୁବର୍ଣ୍ଣପୁର ରେ l ଶ୍ରାବଣ ମାସ ର କର୍କଟ ସକ୍ରାନ୍ତି ଅବସର ରେ ପତଞ୍ଜଳି ଯୁବ ଭାରତ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା , ଯୁବ ଭାରତ ଜିଲ୍ଲା ପ୍ରଭାରୀ ସତ୍ୟବାନ ମିଶ୍ର , କିସନ୍ ପ୍ରଭାରୀ ଲକ୍ଷଣ ପ୍ରଧାନ ସମେତ ଆର୍ୟ ସମାଜ ର ପଙ୍କଜ ମେହେର ଓ ମହାଜନ ସୁବର୍ଣ୍ଣପୁର ଜ଼ିଲ୍ଲା ର ଜନମୁରା ଗାଁ ରେ ସାମୁହିକ ଭାବେ ଆର୍ଯ୍ୟ ବୈଦିକ ରୀତିରେ ଯଜ୍ଞ ଓ ବୃକ୍ଷ ପୂଜନ ରୋପଣ କାର୍ଯ୍ୟକ୍ରମ ର କରା ଯାଇଛି l ଆସାଢୁ ପ୍ରଧାନ, କୁନି ଝିଅ ହଁଶୀକା ମିଶ୍ର, ପ୍ରମୁଖ ଗ୍ରାମ ବାସୀ ମଧ୍ୟ ଏଥିରେ ସହଯୋଗ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment