BREAKING
Loading...
:

ଆସନ୍ତାକାଲି ଠାରୁ ନୂଆଗାଁ ରୁ ପୁରୀ କୁ ନିୟମିତ ଗଡିବ ଟ୍ରେନ

 ଆସନ୍ତାକାଲି ଠାରୁ ନୂଆଗାଁ ରୁ ପୁରୀ କୁ ନିୟମିତ ଗଡିବ ଟ୍ରେନ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ଷ୍ଟେସନରୁ ଆସନ୍ତାକାଲି ଠାରୁ ପୁରୀ କୁ ଗଡିବ ଟ୍ରେନ ।ନୂଆଗାଁ ରୁ ୮ଟା ୧୦ ମିନିଟ୍ ଏବଂ ନୟାଗଡ ଟାଉନ ରୁ ୮ ଟା ୪୭ ମିନିଟ୍ ରେ ଛାଡି ପୁରୀରେ ୧୨ ଟା ୧୫ ମିନିଟ୍ ରେ ପହଞ୍ଚିବ।ଭକ୍ତମାନେ ପ୍ରଭୂ ଜଗନ୍ନାଥଙ୍କ ସଂଧ୍ୟା ଦର୍ଶନ ସାରି ପୁରୀରୁ ୭ ଟା ୫୦ ମିନିଟ୍ ସମୟରେ ଟ୍ରେନ ରେ ବସିବେ।ସେହିପରି ଭୁବନେଶ୍ୱର - ନୂଆଗାଁ ସ୍ପେସାଲ ପାସେଞ୍ଜର ଟ୍ରେନ୍ ଆସନ୍ତାକାଲି ଭୁବନେଶ୍ୱର ଠାରୁ ସକାଳ ୯ ଟା ୨୫ ମିନିଟ୍  ପରିବର୍ତ୍ତେ ୯ ଟା ୪୦ ମିନିଟ୍ ରେ ଛାଡ଼ିବ ବୋଲି ନୟାଗଡ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି।ଏହି ଖବର ପ୍ରସାରିତ ହେବା ପରେ ନୁଆଗାଁ ବ୍ଲକ୍  ଜନସାଧାରଣ ଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS