BREAKING
Loading...
:

ନୂଆଗାଁ ବ୍ଲକ୍ ଯୁବ ,ଛାତ୍ର ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ

 ନୂଆଗାଁ ବ୍ଲକ୍ ଯୁବ ,ଛାତ୍ର ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାର ପଲ୍ଲୀ ପଞ୍ଚାୟତ ମା ପେଟେଇ ଚଣ୍ଡୀ ଠାକୁରାଣୀ ଙ୍କ ପୀଠରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆହ୍ବାନ କ୍ରମେ ବ୍ଲକ୍ ଯୁବ ଛାତ୍ର ଜନତା ଦଳର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ସାହୁ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ବ୍ଲକ୍ ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆ ଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ ସଭ୍ୟା ମାନେ ଅତିଥି ଭାବେ ଯୋଗଦେଇ ଯୁବ , ଛାତ୍ର ସଂଗଠନ କୁ ଅଧିକ ସୁଦୃଢ କରିବା,ତୃଣମୂଳ ସ୍ତରରେ ସଂଗଠନ କୁ ଅଧିକ ସୁଦୃଢ କରି ଦଶପଲ୍ଲା ବିଧାୟକ ଙ୍କ ହାତ ମୁଠାକୁ ଅଧିକ ସୁଦୃଢ କରିବା ଉପରେ କହିଥିଲେ।ଏହି ବୈଠକରେ ହରିପୁର ପଞ୍ଚାୟତ ର ଯୁବ ସମାଜ ସେବୀ ଦିବ୍ୟରଞ୍ଜନ ନାୟକ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS