BREAKING
Loading...
:

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ

 ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ




ଗଣିଆ ( ମଣିଭଦ୍ରା ଖବର) ଗଣିଆ ବ୍ଲକର ଦୁର୍ଗମ ଅଞ୍ଚଳ ବଡସିଲିଙ୍ଗା ପଞ୍ଚାୟତର ଜାନକାଝୋଲା ଗ୍ରାମରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ମ୍ୟାଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମ୍ୟାଲେରିଆ ଟେକନିସିଆନ ପ୍ରଦୀପ କୁମାର ବେହେରା, ପୁରୁଷ ସ୍ବାସ୍ଥ୍ୟ କର୍ମୀ ଦୟାନିଧି ଦାସ, ମହିଳା ସ୍ବାସ୍ଥ୍ୟକର୍ମୀ ଚନ୍ଦ୍ରକାନ୍ତି ନାୟକ ଉପସ୍ଥିତ ରହି ଗ୍ରାମର ଛୋଟ ଛୁଆ, ପୁରୁଷ, ମହିଳାଙ୍କର ରକ୍ତ ନମୁନା ପରୀକ୍ଷା କରିଥିଲେ । ମ୍ୟାଲେରିଆ ଚିହ୍ନଟ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । 




ମ୍ୟାଲେରିଆ ବ୍ୟତୀତ ଅନ୍ୟାନ୍ୟ ରୋଗରେ ପୀଡିତ ରୋଗୀଙ୍କୁ ମଧ୍ୟ ଔଷଧ ଯୋଗାଇ ଦିଆଯାଇଥିଲା । ଆଗାମୀ ଦିନରେ ବଡସିଲିଙ୍ଗା ପଞ୍ଚାୟତର କୁତୁରୀ,ସେନେପେରୀ ଏବଂ ବାଙ୍କଝରୀ ଗ୍ରାମରେ ଏହି ମ୍ୟାଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସ ଜଣାଇଛନ୍ତି । ମ୍ୟାଲେରିଆ କବଳରୁ ରକ୍ଷା ପାଇବା ପାଇଁ ମଶାରୀ ଟାଙ୍ଗି ଶୋଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS