ଭଗବାନ କୁ ଦେଖି ଭକ୍ତ ଆଖିରେ ଲୁହ।ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ମନମୁଣ୍ଡା ଅଞ୍ଚଳ।
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଗଡ଼ଜାତ କୁହାଯାଉଥିବା ବୌଦ୍ଧ ଜିଲ୍ଲା ସଦର ମହକୁମା ତଥା କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ପୁର ଠୁ ପଲ୍ଲୀ ପଯ୍ୟନ୍ତ ଦୀର୍ଘ ଦୁଇବର୍ଷ ପରେ ଶ୍ରୀ ମହାପ୍ରଭୁ ଜଗନ୍ନାଥ ଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଯାତ୍ରା ରେ ଆଜି କାଳିଆ ସାଆନ୍ତ ଙ୍କୁ ଦେଖି ଭକ୍ତ ଆଖିରେ ବୋହି ଯାଇଛି ଖୁସିର ଲୁହ।ସାରା ବୌଦ୍ଧ ଜିଲ୍ଲା ଫାଟି ପଡ଼ିଛି ଜୟ ଜଗନ୍ନାଥ ଧ୍ବନିରେ। ଠିକ୍ ସେହିପରି ଆଜି ମନମୁଣ୍ଡା ଠାରେ ମଧ୍ୟ ନିତିକାନ୍ତି ଅନୁଯାୟୀ ମହାପ୍ରଭୁ ଙ୍କୁ ଛେରା ପହଁରା କରାଯାଇ ରଥ ଉପରକୁ ନିଆଯାଇଥିଲା l ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହି ଯାତ୍ରା ରେ ସୁବର୍ଣ୍ଣ ପାଲି ମହିଳା ଓ ପେନା ଜୋର୍ ମହିଳା କୀର୍ତ୍ତନ ମଣ୍ଡଳୀ ପ୍ରଭୁଙ୍କ ଭଜନ କିର୍ତନ୍ୟ କରି ଲୋକଙ୍କୁ ଉତ୍ସାହିତ କରିଥିଲେ।ଶାନ୍ତି ଶୃଙ୍ଖଳା ସହ ରଥ ଯାତ୍ରା କରିବା ପାଇଁ ଡି ଏସ ପି ତପଶ୍ୱନି କହଁର ଓ ମନମୁଣ୍ଡା ଆଇ ଆଇ ସି ଗୋପୀନାଥ ପ୍ରଧାନ ଉପସ୍ଥିତ ରହିବା ସହ ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିଥିଲେ।ଅନ୍ୟପଟେ ମନ ମୁଣ୍ଡା ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ ମଧ୍ୟ ନିଜର କର୍ତ୍ତବ୍ୟ ତୁଲାଇଥିଲେ।ଏହି ଯାତ୍ରାରେ ମନ ମୁଣ୍ଡା ର ଅନେକ ବୁଦ୍ଧିଜୀବୀ ଓ ବ୍ୟବସାୟୀ ତଥା ରାଜନୀତଜ୍ଞ ମାନେ ସହଯୋଗ କରିଥିବା ବେଳେ ଜଗନ୍ନାଥ ମନ୍ଦିର ପୂଜାରୀ ଙ୍କ ସହିତ ଅନେକ ଶ୍ରଦ୍ଧାଳୁ ସହଯୋଗ କରିଥିଲେ।ଠିକ୍ ସେହିପରି ମନ ମୁଣ୍ଡା ର ବାସୁଦେବ ପାଲି , କପାସୀରା, ନୁର୍ପା, ଖଇର ମାଳ ଓ ଅନେକ ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ରଥ ଯାତ୍ରା ସମ୍ପୂର୍ଣ୍ଣ ହୋଇଥିଲା।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق