BREAKING
Loading...
:

ବାଇକ୍ ରୁ ପଡି ଯୁବତୀ ମୃତ

 ବାଇକ୍ ରୁ ପଡି ଯୁବତୀ ମୃତ 



ଦଶପଲ୍ଲା (ପ୍ରଫୁଲ୍ଲ କୁମାର ଦାଶ) ମୃତ୍ୟୁ କେତେବେଳେ ଓ କେମିତି ଆସିବ ତାକୁ କେହି କେବେ ଆକଳନ କରି ପାରିବନି।ଜ୍ୟୋତିଷ ଶାସ୍ତ୍ର ଯେତେ ଯୁଗୋପଯୋଗୀ ହେଲେ ବି କାହାର କେତେବେଳେ ମୃତ୍ୟୁ ଘଟିବ ନିର୍ଦିଷ୍ଟ ଭାବେ କେହି କହିପାରିବେ ନାହିଁ ।ସେଇଭଳି ଏକ ଘଟଣା ଘଟିଛି ଦଶପଲ୍ଲାରେ । ଖୁସି ମନରେ ଶାଶୁ ଘରୁ  ବାପ ଘରକୁଯାଉଥିବା ଝିଅଟି ଯେ ରାସ୍ତାରେ ମୃତ୍ୟୁ ମୁଖରେ ପଡିବ କିଏ ଜାଣିଥିଲା। ନିଆଶା ପରିଡା (୨୮ବ) ସ୍ବାମୀ  ଚକ୍ରଧର ପରିଡାଙ୍କ ସହ ନିଜ ବାଇକ୍ ରେ ବସି ଶ୍ବଶୁର ଘର ଚଡେୟାପଲ୍ଲୀ ପଞ୍ଚାୟତ ଚିନାପହଁରା ଗ୍ରାମଠାରୁ ବାପଘର ଭୋଗବାଡି ପଞ୍ଚାୟତ ଭୋଗବାଡି ଗ୍ରାମକୁ ଯିବା ରାସ୍ତାରେ ଗାମେଶ୍ରୀ ନାମକ ଏକ ଗ୍ରାମ ନିକଟରେ କୋଣସି କାରଣରୁ ନିଆଶା ଖସି ପଡିଥିଲା। 




ବାସ୍ ସେତିକିରେ ମୁଣ୍ଡରେ ଆଘାତ ଲାଗି ଗଲା । ଚିକିତ୍ସା କରିବା ପାଇଁ  ଦଶପଲ୍ଲା ଡାକ୍ତର ଖାନା ଆଣିବା ପରେ ଡାକ୍ତର ଦେଖି ତାକୁ ମୃତ ଘୋଷଣା କଲେ। ବିଚାରା  ଚକ୍ରଧର ହତବାକ୍ ହୋଇ ଶବ ବ୍ୟବଛେଦ କୁ ଅପେକ୍ଷା କରିଛନ୍ତି ।


ରିପୋର୍ଟ ପ୍ରଫୁଲ୍ଲ କୁମାର ଦାଶ, ଦଶପଲ୍ଲା 

Post a Comment

Previous Post Next Post
Header ADS