ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ରାଜ୍ୟରେ ପାସ ହାର ୯୦.୫୫ ପ୍ରତିଶତ
ଭୁବନେଶ୍ୱର (ମଣିଭଦ୍ରା ଖବର) ରାଜ୍ୟରେ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ପାସ୍ ହାର ୯୦.୫୫ ପ୍ରତିଶତ ରହିଛି। ରାଜ୍ୟରେ ୫ ଲକ୍ଷ ୨୪ ହଜାର ୮୧୮ ଜଣ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୧୭ ହଜାର ୮୪୭ ଜଣ ପାସ କରିଛନ୍ତିି । ସେଥିରୁ A_1 ଗ୍ରେଡରେ ୮୧୧୯ ଜଣ,A_2 ଗ୍ରେଡରେ ୫୪,୮୮୯ ଜଣ ପାସ୍ କରିଛନ୍ତି । ୩ଟି ସ୍କୁଲରେ ରେଜଲ୍ଟ ଶୂନ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଛାତ୍ରୀଙ୍କ ପାସ୍ ହାର ସର୍ବାଧିକ ଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment