ଗଣିଆ ବ୍ଲକ ଟପ୍ପର ହେଲେ ସୁଚିତ୍ରା ଅମାୟନ୍ତ , ପାସ୍ ହାର ୯୮.୪୩ ପ୍ରତିଶତ
ଗଣିଆ ୦୬/୦୭(ମଣିଭଦ୍ରା ଖବର) ବୁଧବାର ପ୍ରକାଶିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳରେ ଗଣିଆ ବ୍ଲକର ପାସ୍ ହାର ୯୮.୪୩ ପ୍ରତିଶତ ହୋଇଥିବା ଜଣାପଡିଛି । ବ୍ଳକର ୮ ଟି ଉଚ୍ଚ ବିଦ୍ୟାଳୟରେ ୪୪୬ ଜଣ ପରୀକ୍ଷା ଦେଇଥିବା ବେଳେ ୪୩୯ ଜଣ ପାସ୍ କରିଛନ୍ତି ।
ସେଥି ମଧ୍ୟରୁ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ୧୩୪ ଜଣ ପାସ୍ କରିଥିବା ବେଳେ ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ ୬୨ ଜଣ,ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦର ୪୭ ଜଣ,ରାଜିଙ୍ଗି ଉଚ୍ଚ ବିଦ୍ୟାଳୟରେ ୧୬ ଜଣ, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟରେ ୫୩ ଜଣ, ଗୁପ୍ତେଶ୍ୱର ବିଦ୍ୟାପୀଠ ଛାମୁଣ୍ଡିଆରେ ୪୪ ଜଣ, ବଡସିଲିଙ୍ଗାରେ ୧୭ ଜଣ, ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟାରେ ୬୬ ଜଣ ପାସ୍ କରିଛନ୍ତି । ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ୦୬ ଜଣ ଏ_୧ରେ ପାସ୍ କରିଥିବା ବେଳେ ୨୫ ଜଣ ଏ_୨ ରେ ପାସ କରିଛନ୍ତି । ସେହିପରି ରାସଙ୍ଗରେ ଏ _୨ରେ ୨ ଜଣ,ବେଲପଡାପାଟଣାରେ ଏ_୨ରେ ଜଣେ, ଆଡକଟାରେ ଏ_୨ରେ ୨ ଜଣ ପାସ୍ କରିଛନ୍ତି । କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସୁଚିତ୍ରା ଅମାୟନ୍ତ ସର୍ବାଧିକ ୫୫୮ ମାର୍କ ରଖି ବ୍ଳକ ଟପ୍ପର ଭାବେ ସଫଳତା ଅର୍ଜନ କରିଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସୁଚିତ୍ରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୁଚିତ୍ରା ଅମାୟନ୍ତଙ୍କ ସଫଳତା ଶୁଣିବା ପରେ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟ ଯେ ସୁଚିତ୍ରା ଗଣିଆରେ ଚାଲିଥିବା ସିଓର ସକସେସ୍ କୋଚିଙ୍ଗ ସେଣ୍ଟରରେ ପାଠ ପଢୁଥିଲେ । କୋଚିଙ୍ଗ ସେଣ୍ଟରର ପରିଚାଳକ ସିଲୁ ସାର ଏବଂ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁଚିତ୍ରା ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment