BREAKING
Loading...
:

ଆରମ୍ଭ ହେଲା ବନ ମହୋତ୍ସବ

 ଆରମ୍ଭ ହେଲା ବନ ମହୋତ୍ସବ ।

------------------------------------



ଦଶପଲ୍ଲା, (ପ୍ରଫୁଲ୍ଲ  କୁମାର ଦାଶ)

ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୂ ଆରମ୍ଭ ହୋଇଛି ୭୩ ତମ ବନ ମହୋତ୍ସବ । ଆଜି ପ୍ରଥମ ଦିନରେ ପୋଖରିଗୋଛା ସେକ୍ସନ ର ୬ନଂ କଂପାର୍ଟମେଣ୍ଟ ରୁ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି ।ବିଭିନ୍ନ କଂପାର୍ଟମେଣ୍ଟ ମାନଙ୍କରେ ଏଇଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଗାମୀ ୭ଦିନ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମଲ୍ଲିକ । ଆଜି ପୋଖରିଗୋଛାର କିଛି ଗ୍ରାମବାସୀ , ରେଂଜ ଅଫିସର ଶ୍ରୀ ମଲ୍ଲିକ  ଏବଂ ଫରେଷ୍ଟର କୈଳାଶ ପ୍ରଧାନ ଙ୍କ ଉପସ୍ଥିତିରେ  ବନ ମହୋତ୍ସବ ପାଳିତ ହେବା ସହ  ଜାମୁ, ଲିମ୍ବ,ଅଁଳା,ବାହାଡା ଆଦି ୪ଶହ ଗଛ ଲଗା ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଗ୍ରାମବାସୀ ମାନଙ୍କୁ ଗଛର ଉପକାରିତା ସଂପର୍କରେ କହିବା ସହ ସେସବୁ ଗଛର ଫଳ ଗୁଡିକ ମାନବ ସମାଜ ପାଇଁ କେତେ ଆବଶ୍ୟକ ବୁଝାଇଥିଲେ । ନିଜ ପିଲାମାନଙ୍କର ଯତ୍ନ ନେବା ଭଳି ଗଛ  ଗୁଡିକର ମଧ୍ୟ  ଯତ୍ନ ନେବା  ଉଚିତ୍ ,ତାହେଲେ ଯାଇ ଆମେ ଏହାର ସୁଫଳ ପାଇ ପାରିବା  ।

ରିପୋର୍ଟ ପ୍ରଫୁଲ୍ଲ କୁମାର ଦାଶ, ଦଶପଲ୍ଲା


Post a Comment

Previous Post Next Post
Header ADS