BREAKING
Loading...
:

ଖଡଙ୍ଗ ନଦୀରେ ପଥର ପେକିଂ,ବନ୍ୟା ନିୟନ୍ତ୍ରଣରେ ବାଧକ

 ଖଡଙ୍ଗ ନଦୀରେ ପଥର ପେକିଂ,ବନ୍ୟା ନିୟନ୍ତ୍ରଣରେ ବାଧକ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଶେଷ ସୀମାରେ ପ୍ରବାହିତ ଖଡ଼ଙ୍ଗ ନଦୀରେ ୪କୋଟି ଟଙ୍କାର ବ୍ୟୟ ଅଟକଳ ରେ ଚାଲିଛି ପଥର ପେକିଙ୍ଗ କାର୍ଯ୍ୟ ।ହେଲେ ଧର୍ମକୁ ଆଖି ଠାର ସଦୃଶ ଏହି ପଥର ପେକୀଙ୍ଗ କାମରେ ନିମ୍ନମାନର ପଥର ବ୍ୟବହାର ହୋଇଥିବା ବେଳେ ବର୍ଷାଦିନ ଆସି ପହଞ୍ଚିଥିବା ବେଳେ ଏଯାଏଁ ପଥର ପେକିଙ୍ଗା ପାର୍ଶ୍ଵରେ ମାଟି ଫିଲିଙ୍ଗ ହୋଇପାରିନାହିଁ ।ଫଳରେ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି ।ସୂଚନା ଯୋଗ୍ୟ ଯେ, ଖଡଙ୍ଗ ନଦୀରେ ବନ୍ୟା ନିୟନ୍ତ୍ରଣ ତଥା କୁଳ ଲଙ୍ଘିବାର ପ୍ରତିରୋଧ ପାଇଁ ୪କୋଟି ଟଙ୍କାର ବ୍ୟୟ ଅଟକଳରେ ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗ ପକ୍ଷରୁ ଜନୈକ ଠିକାଦାର କାର୍ଯ୍ୟକୁ ହାତକୁ ନେଇଥିଲେ ।ଇତି ମଧ୍ୟରେ ସମୟ ଅବଧି ସମ୍ପୂର୍ଣ୍ଣ ହୋଇଥିଲେ ହେଁ ପଥର ପେକୀଙ୍ଗ କାମର ଅର୍ଦ୍ଧେକ ମଧ୍ୟ ସରିନାହିଁ ।ବିଭାଗୀୟ ଯନ୍ତ୍ରୀଙ୍କ ଲଗାତାର ଅନୁପସ୍ଥିତ ଯୋଗୁଁ ଠିକାଦାର ନିଜ ମନମାନିରେ ନିମ୍ନ ମାନର ପଥର ବ୍ୟବହାର କରି ପ୍ରଚୁର ଲାଭ ପାଇବା ଆଶାରେ ଜେଣତେଣ ପ୍ରକାରେ କର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିବାକୁ ଲାଗି ପଡ଼ିଛି ।୪କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପର ସ୍ଥାୟୀତ୍ବ ନେଇ ଅଞ୍ଚଳବାସୀ ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।ଏସମ୍ପର୍କରେ ବୌଦ୍ଧ ସ୍ଥିତ ଜଳସେଚନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ଏବେ ନୂଆଁ ଆସିଛି ,ଏହି ପ୍ରକଳ୍ପ  ସମ୍ପର୍କରେ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି ବୋଲି ନିଜ ପ୍ରତିଶ୍ରୁତି ରଖିଛନ୍ତି । 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS