BREAKING
Loading...
:

ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା

 ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା



ଗଣିଆ (ମଣିଭଦ୍ରା ଖବର) ଆଦିବାସୀ ଅଧ୍ୟୁଷିତ ବଡସିଲିଙ୍ଗା ପଞ୍ଚାୟତରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ ପାନୀୟ ଜଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏପରିକି ଅପହଞ୍ଚ ଇଲାକା ଭାବେ ପରିଚିତ ଉକ୍ତ ପଞ୍ଚାୟତ ପ୍ରଶାସନର ସାବତ ପୁଅ ରୂପେ ପରିଗଣିତ ହୋଇ ଆସୁଅଛି । ତେବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ବଡସିଲିଙ୍ଗା ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏପରିକି ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନ କରି ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଛନ୍ତି ‌‌‌ । ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କ ସହିତ ସେମାନଙ୍କର ରହିବା,ଖାଇବା ଏବଂ ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ । ସବୁବେଳେ ଛୋଟ ଛୋଟ ପିଲାମାନଙ୍କୁ ସ୍ନେହ ଏବଂ ଶ୍ରଦ୍ଧା କରୁଥିବା ଅଧ୍ୟକ୍ଷା ମହୋଦୟା ଛାତ୍ରାବାସ ପରିଦର୍ଶନ କରିଥିବା ଜଣାପଡିଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହିତ ପିଲାମାନଙ୍କୁ ବୃକ୍ଷ ରୋପଣ କରିବାକୁ ସଚେତନ କରିଥିଲେ । 



ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS