BREAKING
Loading...
:

ଜିଲ୍ଲା ପ୍ରେସକ୍ଲବ ର 5ମ ପ୍ରତିଷ୍ଠା ଦିବସ-

 ଜିଲ୍ଲା ପ୍ରେସକ୍ଲବ ର 5ମ ପ୍ରତିଷ୍ଠା ଦିବସ-

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସ ତାର ମର୍ଯ୍ୟାଦା ଅକ୍ଷୁର୍ଣ ରକ୍ଷା କରି ପାରିଛି l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଭାରତ ଗଣତନ୍ତ୍ର ରେ ସାମ୍ବାଦିକ ତାର କର୍ତ୍ତବ୍ୟ ପ୍ରତିପାଦନ କରି ଚତୁର୍ଥ ସ୍ତମର ମର୍ଯ୍ୟାଦା ଅକ୍ଷୁର୍ଣ ରଖିପାରିଛି  l ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜକୁ ଶୃଙ୍ଖଳିତ କରିବାପାଇଁ ସବୁବର୍ଗରେ ସେତାର ଚେଷ୍ଟା ଜାରିରଖିଛି ବୋଲି ଜିଲ୍ଲା ପ୍ରେସକ୍ଳବ ର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି  l ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ  ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିବାବେଳେ, ସଂମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜ୍ଞାନ  ରଂଜନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଯୋଗଦେଇ ଥିଲେ  l ମୁଖ୍ୟବକ୍ତା ଭବେ ସୁବକ୍ତା ତଥା କୃଷକ ନେତା ସମ୍ବଲପୁର ର ସରୋଜ କୁମାର ମହାନ୍ତି ଯୋଗ ଦେଇଥିଲେ l ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଅବସର କାଳୀନ ସମର୍ଦ୍ଧନା କରାଯାଇଥିଲା  l ଏହି ଅବସରରେ କ୍ଳବର ବାର୍ଷିକ ମୁଖପତ୍ର ଶାକ୍ୟସ୍ୱର ଉନ୍ମୋଚିତ ହୋଇଥିଲା l କାର୍ଯ୍ୟକ୍ରମ ରେ ସମ୍ୱଲପୁର, ବରଗଡ, ସୁବର୍ଣ୍ଣପୁର, ଆଠମଲ୍ଲିକ, ରେଢ଼ାଖୋଲ ଅଂଚଳରୁ ଆସିଥିବା ସାମ୍ବାଦିକ ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରାଯିବ ସହ ବୌଦ୍ଧର ରାଧାରାଣୀ ମହିଳା ସ୍ୱୟଂ ସହାୟକ ମହାସଂଘ କୁ ମଧ୍ୟ ସମାଜ ସେବାପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା 



 କ୍ଳବର ସଭାପତି ବରୋଜ କୁମାର ବେହେରା କାର୍ଯ୍ୟକ୍ରମ ରେ ଅଧକ୍ଷ୍ୟତା କରିଥିବାବେଳେ, ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠକରିଥିଲେ  l ସଦସ୍ୟ ବାଲାଜୀ ବିଭୂରଞ୍ଜନ ତରାସିଆ ମଞ୍ଚ ପରିଚାଳନା କରିଥିବା ବେଳେ, କ୍ଳବର ଉପସଭାପତି ସମରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ପ୍ରେସକ୍ଳବ ର ପତାକା ଉତ୍ତୋଳନ କରାଯାଇଥିଲା  l କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ବେଛାସେବୀ ଓ ବରିଷ୍ଠନାଗରିକ ମାନେ ଯୋଗଦେଇଥିଲେ  l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS