ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ ଙ୍କ ଦ୍ୱାରା ସୋନପୁର ବ୍ଲକ କାର୍ଯ୍ୟର ସମୀକ୍ଷା ବୈଠକ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜି ଅପରାହ୍ନ ରେ ନୂତନ ଡି ଆର ଡି ଏ ପ୍ରକଳ୍ପ ନିର୍ଦେଶକ ଶ୍ରୀ ନିହାର ରଞ୍ଜନ କଁହର ଙ୍କୁ ସୋନପୁର ବ୍ଲକ ପ୍ରଶାସନ ତରଫରୁ ବ୍ଲକ ସଭା ଗୃହରେ ଏବିଡ଼ିଓ ଶ୍ରୀ ଶଶିଭୂଷଣ ପ୍ରଧାନ ଓ ଅନ୍ୟ ବ୍ଲକ କର୍ମଚାରୀ ପ୍ରମୁଖ ସ୍ୱାଗତ କରିଥିଲେ l ପରେ ପରେ ପ୍ରକଳ୍ପ ନିର୍ଦେଶକ ବ୍ଲକ ର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକରେ ବିଶେଷ କରି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଓଡିଶା ଜୀବନ ଜୀବିକା ମିଶନ, ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ଦ୍ୱାରା ଆବଣ୍ଟିତ ଅର୍ଥ ର ସୁବିନିଯୋଗ ଉପରେ ବୈଠକରେ ବିଭାଗୀୟ ସମ୍ପୃକ୍ତ କର୍ମଚାରୀଙ୍କୁ ପଚାରି ବୁଝିବା ସହ କାର୍ଯ୍ୟ ର ସ୍ଥିତି ଓ ଅଗ୍ରଗତି ର ସମୀକ୍ଷା କରିଛନ୍ତି l ସରକାର ଙ୍କ ପ୍ରତ୍ୟେକ ଯୋଜନା ର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥି ପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଓଡିଶା ଜୀବିକା ମିଶନ ଜରିଆରେ ଅଧିକ ରୁ ଅଧିକଯୋଗ୍ୟ ହିତାଧିକାରୀ ସାମିଲ କରି ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଗ୍ରାମୀଣ ଜୀବନ ଯାପନ ଶୈଳୀ ରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି ପ୍ରକଳ୍ପ ନିର୍ଦେଶକ ଶ୍ରୀ କଁହର l ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଶ୍ରମ ଦିବସ ଲକ୍ଷ୍ୟ ଧାର୍ଯ୍ୟ କୁ ସମୟ ଅବଧି ମଧ୍ୟରେ ପୂରଣ କରିବାକୁ ନିର୍ଦେଶ ଦେବା ସହ ସରକାରଙ୍କ ମହତ୍ୱକାଂକ୍ଷୀ ଗ୍ରାମୀଣ ଆବାସ ଯୋଜନା ର ଧାର୍ଯ୍ୟ ଲକ୍ଷ୍ୟ କୁ ଶତ ପ୍ରତିଶତ ପୂରଣ କରିବା ସହିତ ଆବାସ କାର୍ଯ୍ୟ ରେ କୌଣସି ପ୍ରକାର ଅନୈତିକତା କୁ ବରଦାସ୍ତ କରାଯିବନାହିଁ ବୋଲି ନିର୍ଦେଶ ଦେଇଛନ୍ତି l ବ୍ଲକ ଦ୍ୱାରା କାର୍ଯ୍ୟକାରି ସମସ୍ତ ଯୋଜନା/ପ୍ରକଳ୍ପ ଗୁଡିକୁ ସମୟ ଅବଧି ମଧ୍ୟରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ର କୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି l ବୈଠକରେ ଏ ବି ଡି ଓ ଶଶୀଭୂଷଣ ପ୍ରଧାନ ଓ ଅନ୍ୟ ବ୍ଲକ ଅଧିକାରୀ,କର୍ମଚାରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment