ମଙ୍ଗଳା ଷ୍ଟାର କ୍ଳବ ତରଫରୁ ରଜ ମହୋତ୍ସବ ପାଳିତ
ଧର୍ମଶାଳା ( ମଣିଭଦ୍ରା ଖବର) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦମ ପାଳ ଗ୍ରାମରେ ମା ମଙ୍ଗଳା ଷ୍ଟାର କ୍ଲବ ତରଫରୁ ଆୟୋଜିତ ୭ମ ବାର୍ଷିକ ରଜ ମହୋତ୍ସବ କଦମ ପାଳ ହାଇସ୍କୁଲ ପଡ଼ିଆ ଠାରେ ତିନି ଦିନ ଧରି ବେଶ୍ ଧୁମ୍ ଧାମରେ ପାଳନ ହୋଇଯାଇଅଛି ,ଏହି ମହୋତ୍ସବ ର ସଭାପତି ଇଂ ସୂର୍ଯ୍ୟକାନ୍ତ ଜେନା ଏବଂ କ୍ଲବ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ବିଭିନ୍ନ ପ୍ରକାର ର ଦୋଳି ଯଥା - ରାମ ଦୋଳି , ପଟା ଦୋଳି, ମଇ ଦୋଳି,ଚରିକି ଦୋଳି, ଆୟୋଜନ କରାଯାଇଥିଲା,ଏଥିସହିତ ସାଂସ୍କୃତିକ କାଯ୍ୟକର୍ମମଧ୍ୟ ହୋଇଥିଲା ଏବଂ ୟଙ୍ଗ ଷ୍ଟାର ଡାନ୍ସ ଗ୍ରୁପ ର କଳାକାର ମାନେ ଡାନ୍ସ ପରିବେଷଣ କରିଥିଲେ
। ଏଥିସହିତ ସ୍କୁଲ ଏବଂ କଲେଜ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍,ଗୀତ,ଡାନ୍ସ,ମ୍ୟୁଜିକି ଚେୟାର,ପୁଚିଖେଳ, ଝୋଟିଚିତା,ତଥା ବିଭିନ୍ନ ପ୍ରତିଯୋଗିତା ମଧ୍ୟ ହୋଇଥିଲା । କୃତ୍ରୀ ପତିଯୋଗି ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କାର ଏବଂ ପାୟଲ ଲେଡିଜ୍ କର୍ଣ୍ଣର ତରଫରୁ ମଧ୍ୟ ବିଭିନ୍ନ ପୁରସ୍କର ପ୍ରଦାନ କରାଯାଇଥିଲା । ଏହି ରଜ ମହୋତ୍ସବ କୁ ଦେଖିବା ପାଇଁ କଦମ ପାଳ ପଞ୍ଚାୟତ ତଥା ଆଖ ପାଖ ଅଞ୍ଚଳରୁ ଅନେକ ଜନସାଧରଣ ଛୁଟି ଆସିଥିଲେ । ରଜ ମହୋତ୍ସବରେ ଯୋଗ ଦେଇ ଆମ ଓଡିଶା ରେ ପାଳିତ ହେଉଥିବା ଗଣ ପର୍ବ ରଜ ପର୍ବକୁ ବେଶ୍ ଆନନ୍ଦ ଉଲ୍ଲାସ ରେ ପାଳନ କରିଥାନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment