ଗଣିଆ ବିଡ଼ିଓଙ୍କୁ ଖଣ୍ଡପଡ଼ା ବ୍ଳକ ଅତିରିକ୍ତ ଦାୟିତ୍ବ
ଗଣିଆ ୦୫/୦୬(ମଣିଭଦ୍ରା ଖବର) ଗଣିଆ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ । ତାଙ୍କୁ ଖଣ୍ଡପଡ଼ା ବିଡ଼ିଓ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ଖଣ୍ଡପଡ଼ା ବିଡ଼ିଓ ଅରୁଣିମା ସାହୁ ଅଢେଇ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବାକୁ ଯାଇଥିବାରୁ ତାଙ୍କ ସ୍ଥାନରେ ଗଣିଆ ବିଡ଼ିଓଙ୍କୁ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡିଛି ।
ପଦୋନ୍ନତି ପାଇଲେ ଗଣିଆ ଫରେଷ୍ଟ ଗାର୍ଡ
ଗଣିଆ ୦୫/୦୬(ମଣିଭଦ୍ରା ଖବର) ଗଣିଆ ବନବିଭାଗରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ସନ୍ତୋଷ କୁମାର ପ୍ରଧାନଙ୍କର ପଦୋନ୍ନତି ଘଟିଛି । ସେ ଫରେଷ୍ଟର ଭାବେ ପଦୋନ୍ନତି ପାଇଥିବା ଜଣାପଡିଛି । ଶ୍ରୀ ପ୍ରଧାନ ଦୀର୍ଘ ଦିନ ହେବ ଫରେଷ୍ଟ ଗାର୍ଡ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ଫରେଷ୍ଟର ପଦବୀକୁ ପଦୋନ୍ନତି ହେବା ପରେ ତେବେ ତାଙ୍କୁ ଗଣିଆ ବନ ବିଭାଗ କାର୍ଯ୍ୟାଳୟରେ ଦାୟିତ୍ଵ ଦିଆଯିବ କିମ୍ବା ଗଣିଆ ରେଞ୍ଜ ଅନ୍ତର୍ଗତ ଅନ୍ୟ ବିଟ୍ ହାଉସକୁ ପଠାଯିବ ଏ ସମ୍ପର୍କରେ ଜଣାପଡ଼ିନାହିଁ । ତେବେ ଫରେଷ୍ଟ ଗାର୍ଡ ଭାବେ ପଦୋନ୍ନତି ପାଇବା ପରେ ଶ୍ରୀ ପ୍ରଧାନ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ।
ବନବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ।
ଗଣିଆ ୫।୬(ମଣିଭଦ୍ରା ଖବର)
ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ସମଗ୍ର ବିଶ୍ବର ଜନଜୀବନ ପ୍ରଭାବିତ । ତାପମାତ୍ରା ବୃଦ୍ଧି ଯୋଗୁ ହିମ ସ୍ଖଳନ ହେବା, ଗ୍ଲାସିୟର ତରଳିବା , ସମୁଦ୍ର ଜଳପତ୍ତନ ବୃଦ୍ଧି ପାଉଥିବା ଆଦି ଭୟଙ୍କର ବିପଦର ମୂଳ କାରଣ ପରିବେଶର ଅସନ୍ତୁଳନ , ପରିବେଶକୁ ନଷ୍ଟ କରିବା ଯୋଗୁ ହିଁ ହେଉଛି । ଦୂଷିତ ପରିବେଶ ଯୋଗୁ ପୃଥିବୀର ଆବରଣ ନଷ୍ଟ ହେବା ସହ ଅତି ବାଇଗଣୀ ରଶ୍ମି ସିଧା ସଳଖ ପୃଥିବୀ ଉପରେ ପଡିବା ଆରମ୍ଭ ହେଲାଣି। ଏଭଳି ସ୍ଥିତିରେ ଆମେ ଯଦି ଆମ ନିଜ ପରିବେଶର ସୁରକ୍ଷା ପ୍ରତି ଧ୍ୟାନ ନଦେବା ତେବେ ସମୟ ଆସିବ ସମଗ୍ର ବିଶ୍ବ ଜଳସମାଧି ହେବାକୁ ବେଶି ସମୟ ଲାଗିବନି ବୋଲି କହିଛନ୍ତି ଗଣିଆ ବନବିଭାଗ ରେଂଜ ଅଫିସର ସୋନାଲି ସିଓ। ଆଜି ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ସେ ଏହା କହିଛନ୍ତି । ଗଣିଆ ବ୍ଲକ କରଡାପଡା ପଞ୍ଚାୟତ କଳାସିମିଳି ବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ରେଞ୍ଜର ସୋନାଲି ସିଓ, ଫରେଷ୍ଟର ଶିଶିର କୁମାର ସାହୁ, ଫରେଷ୍ଟ ଗାର୍ଡ ନିଳମଣି ଦଳେଇ, ସନ୍ତୋଷ କୁମାର ପ୍ରଧାନ, ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଗୋଟିଏ ସଚେତନତା ରାଲି ବିଦ୍ୟାଳୟ ପରିସରରୁ ବାହାରି ଗ୍ରାମ ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲା । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment