BREAKING
Loading...
:

ଖାଲମଡା ଗ୍ରାମ ରେ ଶ୍ରୀ ରାମ ଚରିତ ମାନସ ପଞ୍ଚାଙ୍ଗ ପାରାୟଣ

 ଖାଲମଡା ଗ୍ରାମ ରେ ଶ୍ରୀ ରାମ ଚରିତ ମାନସ  ପଞ୍ଚାଙ୍ଗ ପାରାୟଣ 



ନୂଆଗାଁ ( ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ପଞ୍ଚାୟତ ଅଧୀନରେ ଥିବା ଖାଲମଡା  ଗ୍ରାମ ରେ ଶ୍ରୀ ରାମ ଚରିତ ମାନସ ପଞ୍ଚାଙ୍ଗ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଗତ ୩୧ ତାରିଖ ମଙ୍ଗଳ ବାର ଦିନ ପ୍ରାତଃ ଶହ ଶହ ସଂଖ୍ୟାରେ କଳସ ଯାତ୍ରା ମାଧ୍ୟମରେ ଗ୍ରାମ ର ସମସ୍ତ ଦେବା ଦେବୀ ଙ୍କୁ ଆବାହନ କରାଯାଇ ଘଟ ସ୍ଥାପନ କରାଯିବା ସହ ଅହୋରାତ୍ର ୧୦୮ ହନୁମାନ ଚାଳିଶା ପଠନ କରାଯାଇଥିଲା।ପ୍ରତ୍ୟେକ ଦିନ ପ୍ରାତଃ ସୂର୍ଯ୍ୟପୂଜା ସହିତ ଘୃତ ଯଜ୍ଞ, ପାରାୟଣ , ଅର୍ଣଯଜ୍ଞ ରାତ୍ରରେ ଅଶୋକ ଚନ୍ଦ୍ର ପ୍ରଧାନ,ଉମାକାନ୍ତ ସାହୁ ଙ୍କ ଦ୍ଵାରା  ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା।ଅନ୍ତିମ ଦିବସ ରେ ବ୍ୟାସ ସୁବାସ ଚନ୍ଦ୍ର ଶତପଥୀ ଙ୍କ ଦ୍ଵାରା ଘୃତ ଯଜ୍ଞ, ପୂର୍ଣ୍ଣାହୂତି କରାଯାଇଥିଲା।ସନ୍ଧ୍ୟାରେ ଅନ୍ନଛତ୍ର ର ବ୍ୟବସ୍ଥା କରାଯାଇଥିଲା।ଦୀର୍ଘ ୩୬ ବର୍ଷ ଧରି ଖାଲମଡା ଗ୍ରାମବାସୀ ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲୁରହିଛି।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS