ବୌଦ୍ଧ ର ବିଭିନ୍ନ ସ୍ଥାନ ରେ ପ୍ରଶାସନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଆଜି ସକାଳ 7ଘଣ୍ଟା ସମୟରେ ଚନ୍ଦ୍ର ଚୁଡ ମନ୍ଦିର ନଦୀ ଘାଟ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଵିଜ୍ଞାପିତ ଅଂଚଳ ପରିଷଦ,ଇଂ.ମନୋରଞ୍ଜନ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏବଂ ସାନିଟେସନ ଏକ୍ସପାର୍ଟ ସୁନୀଲ କୁମାର ପ୍ରଧାନ ଙ୍କ ସହଯୋଗ ରେ ପରିବେଶ ର ସୁରକ୍ଷl ପାଇଁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିୟାର ସିଂହ ଯୋଗ ଦେଇ ସ୍ଲୋଗାନ ମାଧ୍ୟମରେ ନଦୀ କୂଳ ଲୋକଙ୍କୁ ସଚେତନ କରିଥିଲେ l ଏଥିରେ ସମସ୍ତ ସ୍ୱଚ୍ଛ ସାଥି, ପରିମଳ କର୍ମଚାରୀ, ଏନ. ଏ. ସି. କର୍ମଚାରୀ ସଫେଇ କରିବାସହ ସ୍ୱଚ୍ଛତା ର ବାର୍ତ୍ତା ପ୍ରେରଣ କରିଥିଲେ lଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ର ସୁରକ୍ଷା ଓ ସ୍ଵଛତା ପାଇଁ ସମେସ୍ତ ଆଗେଇ ଆସିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହ ଏଥିପାଇଁ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ଶେଷରେ ସୁଶ୍ରୀ ସିଂହ ସମସ୍ତଙ୍କ ଉପସ୍ଥିତି ଏବଂ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment