BREAKING
Loading...
:

ଭାପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଯୋଗ ଦିବସ ପାଳିତ

 ଭାପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଯୋଗ ଦିବସ ପାଳିତ



ଭାପୁର (ମଣିଭଦ୍ରା ଖବର)  ଜୁନ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଭାପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।  

       



ପ୍ରଶିକ୍ଷିକା ଭାବେ ସରୋଜିନୀ ରଣା ଓ ପ୍ରତିଭା ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ  ବିରଞ୍ଚି ନାରାୟଣ ସାହୁଙ୍କ ସମେତ ଛାତ୍ର ଛାତ୍ରୀ, ଶିକ୍ଷକ ଅପା ଭାଇ ଉପସ୍ଥିତ ଥିଲେ । ଯୋଗାଭ୍ୟାସ ଓ ପ୍ରାଣାୟାମ ପ୍ରତ୍ୟେକଙ୍କ ଶାରୀରିକ ଓ ମାନସିକ ସ୍ତରରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ପ୍ରଶିକ୍ଷକ ବର୍ଣ୍ଣନା କରିଥିଲେ । ନିୟମିତ ଯୋଗ କରିବା ଦ୍ବାରା ଶରୀର ନିରୋଗ ରହିଥାଏ ବୋଲି ସେ ପ୍ରକାଶ କରିଥିଲେ । ଶିକ୍ଷା କେନ୍ଦ୍ରରେ କୁନି କୁନି ଛାତ୍ରଛାତ୍ରୀମାନେ ପାଠ ପଢୁଥିଲେ ମଧ୍ୟ ଖୁବ ଆଗ୍ରହର ସହକାରେ ଯୋଗ କରିଥିଲେ । 


ବିରଞ୍ଚି ନାରାୟଣ ସାହୁ, ଭାପୁର

Post a Comment

أحدث أقدم
Header ADS