ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା )ସୋନପୁର କାରାଗାର ପରିଦର୍ଶନ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା )ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି l ଜିଲ୍ଲା ଆଇନ ସେବାପ୍ରାଧିକରଣ ସମ୍ପାଦିକା ସସ୍ମିତା ମିଶ୍ର ଙ୍କ ତତ୍ତ୍ଵlବଧାନରେ କମିଟି ର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥି, ରାଜୀବ ଲୋଚନ ଗୁରୁ,ହେମନ୍ତ କୁମାର ସା ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେରପ୍ରମୁଖ ଉପ କାରାଗାର ପରିଦର୍ଶନ କରିଥିଲେ l ଏହି ଅବସରରରେ କମିଟି ପକ୍ଷରୁ କାରାଗାରର ଅନ୍ତେବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ବ୍ୟବସ୍ଥା କୁ ନେଇ ଆଇନ ସହ ଦ୍ଵନ୍ଦ ରେ ଜଡିତ ଥିବା ଶିଶୁ ଙ୍କୁ ଚିହ୍ନଟ କରାଯାଇଥିଲା କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ ପାଇ ନ ଥିଲେ l କାରାଗାର ର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ବଢ଼େଇ ପରିଦର୍ଶନ ସମୟରେ ଉପସ୍ଥିତ ରହି ଉକ୍ତ କମିଟି କୁ ସହଯୋଗ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق