BREAKING
Loading...
:

ଆଧୁନିକ ଯୁଗରେ ଭଗବାନଙ୍କ ଏ କି ଲୀଳା ।

  ଆଧୁନିକ ଯୁଗରେ ଭଗବାନଙ୍କ ଏ କି ଲୀଳା ।



ସୁବର୍ଣ୍ଣପୁର (ମଣିଭଦ୍ରା ଖବର) କଥାରେ ଅଛି ଭଗବାନଙ୍କୁ ମାନିଲେ ଠାକୁର ନ ମାନିଲେ ପଥର । ହଁ ଆଜ୍ଞା  ଆମେ ଆପଣଙ୍କୁ ଏଭଳି ଏକ ଖବର ଦେଖେଇବୁ ଯାହା ଆପଣ ବି ଦେଖି ଚକିତ ହୋଇଯିବେ । ଆଉ ଯଦି ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି ଆପଣ ବି ଆଶ୍ଚର୍ଯ୍ୟ ହେଇ ଯିବେ । ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଣି ବସ୍ ଷ୍ଟାଣ୍ଡ ପାଖରେ ଥିବା ଲଳିତ ଅଗ୍ରୱାଲ ଙ୍କ ଘରେ । ଦୁଇ ଦିନ ତଳେ ଲଳିତ ସକାଳୁ ନିଜର ନିତ୍ୟକର୍ମ ସାରିବା ପରେ ପ୍ରତିଦିନ ପରି ଠାକୁର ପୂଜା ସାରି  ନିଜର ବ୍ୟବସାୟକୁ ଚାଲି ଯାଇଥିଲେ । ତାଙ୍କ ସ୍ତ୍ରୀ ସଙ୍ଗୀତା ମଧ୍ୟ ପିଲାଙ୍କୁ କୋଚିଙ୍ଗ ସାରିବା ପରେ ନିଜ ସ୍ବାମୀ ଙ୍କୁ ଜଳଖିଆ ଖାଇବା ପାଇଁ ଡାକିଥିଲେ l ହେଲେ ଲଳିତ ଘରକୁ ଆସି ଦେଖିବା ବେଳକୁ ଘରର ବିଭିନ୍ନ ସ୍ଥାନରେ ତୁଳସୀ ପତ୍ର ପଡ଼ିଥିବାର ଦେଖିଥିଲେ । ଠାକୁର ଘରେ ଭଗବାନ ଶ୍ରୀକୃଷ୍ଣ ନଥିବା ଦେଖି ଘରର  ଚାରିପଟେ ଖୋଜିବାରେ ଲାଗିଥିଲେ ପୁରା ପରିବାର । ହେଲେ ହଠାତ୍ ତାଙ୍କ ଝିଅ ବାରିପଟ ଆମ୍ବ ଗଛରେ ବସିଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ । ଘଟଣାଟି ପ୍ରଘଟିତ ହେବା ପରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଦେଖିବା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼ । ବର୍ତ୍ତମାନ ଆଧୁନିକ ଯୁଗରେ ହୁଏତ କିଏ ବିଶ୍ୱାସ କରନ୍ତୁ ବା ନ କରନ୍ତୁ କିନ୍ତୁ ପରିବାର ଲୋକଙ୍କ କହିବା ଅନୁଯାୟୀ ଲଳିତ ଙ୍କ କେବଳ ଦୁଇଟି ଝିଅ, ନିଜର ପୁଅ ନଥିବାରୁ ଠାକୁର ଘର ଶ୍ରୀକୃଷ୍ଣ ଭଗବାନ ଙ୍କୁ ନିଜ ପୁଅ ଭଳି ମାନନ୍ତି ତାଙ୍କ ସ୍ତ୍ରୀ ସଙ୍ଗୀତା । ଯାହାକି ଆଜି ଏ ପ୍ରଥମ ଥର ନୁହେଁ ଆଗରୁ ମଧ୍ୟ କେତେବେଳେ ରୋଷେଇ ଘର ତ ଆଉ କେତେବେଳେ ଘରର ବିଭିନ୍ନ ସ୍ଥାନରେ ଦେଖାଦିଅନ୍ତି ଭଗବାନ ଶ୍ରୀକୃଷ୍ଣ । ଯାହାକି ସଙ୍ଗୀତାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଏଭଳି ଲୀଳା ଖେଳା କରୁଥିବା କହିଛନ୍ତି । ଆଜି ଅଞ୍ଚଳରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS