କୋଶଳ ଆବାସିକ ବିଦ୍ୟାଳୟ ରେ ତିନିଦିନିଆ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ସ୍ଥିତ କୋଶଳ ଆବାସିକ ବିଦ୍ୟାଳୟ ରସମ୍ବିଳନୀ କକ୍ଷ ଠାରେ ଆଜି ପ୍ରଥମ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୋନପୁର ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ ଦାଶ, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜ ସେଵୀ ତଥା ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଶ୍ରୀ ବତ୍ସ ମଲ୍ଲିକ ଓ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ, ଆଇନଜୀବୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପୁରୋହିତ ଯୋଗ ଦେଇ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ l କୋଶଳ ଆବାସିକ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ପରମା ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ର ସମ୍ପାଦକ ସଞ୍ଜୟ କୁମାର ସାହୁ ପ୍ରଶିକ୍ଷଣ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକ ପାତ କରିଥିଲେ l ଦୀର୍ଘ ଦୁଇ ବର୍ଷ ପରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଥିବାରୁ ଗୁରୁମା ଓ ଗୁରୁଜୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା l ଭାରତୀୟ ପଦ୍ଧତି ରେ ଶିଶୁ ଓ ଗୁରୁ ମଧ୍ୟରେ ସୁ ସମ୍ପର୍କ ରହିବା କଥା, ସମାଜ ସୁଧାରିବାରେ ଗୁରୁମା ଓ ଗୁରୁଜୀ ଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଆଜି ପ୍ରଶିକ୍ଷକ ଭାବରେ ସୋନପୁର ର ଦିପ୍ତିମୟୀ ରଥ, ବୌଦ୍ଧ ଜିଲ୍ଲା ର ଶଶାଙ୍କ ଶେଖର ଶାସିନି ଓ ଅଶୋକ ପୁରୋହିତ ଓ ବଲାଙ୍ଗୀର ଜିଲ୍ଲାର ବିଜୟ କୁମାର ସାହୁ ଯୋଗଦେଇଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସହ ପ୍ରଧାନ ଆଚାର୍ଯ୍ୟ ସ୍ମିତାରାଣୀ ନାଏକ ମଞ୍ଚ ପରିଚାଳନା କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment