BREAKING
Loading...
:

ମହିପୁର ବନ ବିଭାଗ କୁ ମିଳିଲା ବଡ଼ ସଫଳତା, ୩ ଜଣ ଶିକାରୀ କୁ ଗିରଫ କଲା ବନ ବିଭାଗ

 ମହିପୁର ବନ ବିଭାଗ କୁ ମିଳିଲା ବଡ଼ ସଫଳତା

୩ ଜଣ ଶିକାରୀ କୁ ଗିରଫ କଲା ବନ ବିଭାଗ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ମହିପୁର ବନ ବିଭାଗ କୁ ମିଳିଛି ବଡ଼ ସଫଳତା।ଗତକାଲି ପ୍ରାତଃ ସମୟରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ  ବନ ବିଭାଗ ଚଢ଼ାଉ କରି ୩ ଜଣ ପଶୁ ଶିକାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା  ଅନୁଯାୟୀ ଗତକାଲି ରାତ୍ରରେ  ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଶିକାରୀ ମାନେ ଜନ୍ତୁ ଶିକାର କରିବା ପାଇଁ ୨ କିମି ଜି ଆଇ ତାର ବିଛାଇ ଫାସ ବସାଇଥିଲେ।ଏହି ଖବର ପାଇ ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ଶିକାରୀ ମାନଙ୍କୁ ଧରିବା ପାଇଁ ସେହି ସ୍ଥାନରେ ଜଗି ବସିଥିଲେ। ସଂପଡ଼ା ଗ୍ରାମର ସମୀର ସ୍ୱାଇଁ,ବିକାଶ କୁମାର ମାର୍ଥା,ପ୍ରଶାନ୍ତ ମହାରଣା ପ୍ରାତଃ ୪ ଟା ସମୟରେ ଜି ଆଇ ତାର କାଢ଼ିବା ପାଇଁ ସେହି ସ୍ଥାନରେ ପହଞ୍ଚିଥିଲେ ।ଆଗରୁ ଜଗି ରହିଥିବା ବନ କର୍ମଚାରୀ ୩ ଜଣ ଶିକାରୀ କୁ କାବୁ କରିନେଇଥିଲେ।ସେମାନଙ୍କ ଠାରୁ ମାଂସ କାଟିବା ପାଇଁ ଏକ ଚାପୋଡ,୭ କେଜି ଜି ଆଇ ତାର ସହ ୧୫ ଟି ବୋତଲ ଜବତ କରାଯାଇଥିବା ସହ ୧୨ / ୨୦୨୨୨-୨୩ ରେ ମାମଲା  ରୁଜୁ କରାଯାଇ  ୩ ଜଣ ଶିକାରୀ କୁ କୋର୍ଟ ଚାଲାଣ  କରାଯାଇଥିବା ସହ  ଆଗାମୀ ଦିନରେ ଅବାଧ ପଶୁ ଶିକାର କରୁଥିବା ଶିକାରୀ ମାନଙ୍କ ବିରୁଦ୍ଧରେ ଚଢ଼ାଉ ଜାରୀ ରହିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS