BREAKING
Loading...
:

ମନମୁଣ୍ଡାରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ

 ମନମୁଣ୍ଡାରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଆଜି ସରପଞ୍ଚ ତଥା ରଥଯାତ୍ରା ପରିଚାଳନା କମିଟିର ସଭାନେତ୍ରୀ କୁମାରୀ ରଞ୍ଜୁ ବେହେରା ଙ୍କ ସଭାପତିତ୍ୱ ରେ ଚଳିତ ବର୍ଷ ରଥଯାତ୍ରା ପାଳନ ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l 140 ବର୍ଷର ଏହି ପୁରାତନ ମନ୍ଦିର ଟି ବୌଦ୍ଧ ଦେବୋତ୍ତରଙ୍କ ଅଧୀନରେ ଥାଇ ମଧ୍ୟ କୌଣସି ବର୍ଷ ରଥଯାତ୍ରା ପାଇଁ ଅନୁଦାନ ପ୍ରଦାନ ନ କରି ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପାଖରୁ ଆସୁଥିବା ଅନୁଦାନ ବୌଦ୍ଧ ରଥଯାତ୍ରା ପାଇଁ ଖର୍ଚ୍ଚ କରାଯାଉ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା l ପୁଣି ଓଡିଶା ର ଅନ୍ୟ ମନ୍ଦିର ଗୁଡିକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଉଥିବା ସମୟରେ ଦେବୋତ୍ତର ବିଭାଗ ଅଧୀନରେ ଥାଇ ମଧ୍ୟ ମନମୁଣ୍ଡା ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମନ୍ଦିର କୁ କୌଣସି ପ୍ରକାର ଅନୁଦାନ ପ୍ରଦାନ କରାଯାଉନଥିବାରୁ ମାନ୍ୟତା ପ୍ରତ୍ୟାହାର ପାଇଁ ମତ ପ୍ରକାଶ ପାଇଥିଲା l ପୁଣି ରଥ ଟି ପୁରୁଣା ହୋଇଯାଇଥିବାରୁ ତାର ମରାମତି ଓ ରଙ୍ଗ କରିବା ବିଷୟରେ ଆଲୋଚନା କରାଯାଇଥିଲା l ସଭାନେତ୍ରୀ କୁମାରୀ ବେହେରା ରଥ ରଙ୍ଗ କରିବା ଦାୟିତ୍ୱ ନିଜେ ବହନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ରଥଯାତ୍ରା ଓ ମନ୍ଦିର ର ବିଭିନ୍ନ ସମସ୍ୟା ବିଷୟ ରେ ଆଲୋଚନା କରି ସୂଚାରୁ ରୂପେ ପାଳନ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା l ଏହି ବୈଠକ ରେ ରଥଯାତ୍ରା ପରିଚାଳନା କମିଟି ର ସମ୍ପାଦକ ଗଣେଷ ତ୍ରିପାଠୀ, ମନ୍ଦିର ପରିଚାଳନା କମିଟି ର ସଭାପତି ବିପ୍ର ଚନ୍ଦ୍ର ବେହେରା, ସମ୍ପାଦକ ଗଣେଷ ଲୋଇ, କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର, ପୂଜକ ଆଶୁତୋଷ ହୋତା, ବଳ ରଥ, ସଭ୍ୟ ନିରଞ୍ଜନ ହୋତା, ମାଉସୀମାଁ ମନ୍ଦିର ପରିଚାଳନା କମିଟିର ସଭ୍ୟ ପ୍ରହଲ୍ଲାଦ ମେହେର, ନାରାୟଣ ମେହେର, ଭୁବନ ମେହେର, ପ୍ରଭାତ ମେହେର,, କୈବର୍ତ୍ତ ସମାଜ ରୁ ସୁଦାମ ମଲ୍ଲିକ, ଗଣେଷ ତରିଆ, ପ୍ରଫୁଲ୍ଲ ସେଠୀ, ୱାର୍ଡ଼ ସଭ୍ୟ ପଲଭ ରଥ, ଅଭିମନ୍ୟୁ ନାଏକଓ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ l ଶେଷରେ ବିପ୍ର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS