ଗଣିଆ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ସିଟ୍ ସଂଖ୍ୟା ବୃଦ୍ଧି, ଶିକ୍ଷା ଏବଂ ସଂସ୍କୃତ ଅନର୍ସକୁ ଅନୁମତି
ଗଣିଆ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି । ୧୨୮ ସିଟ୍ ବିଶିଷ୍ଟ ଏହି ମହାବିଦ୍ୟାଳୟରେ ୧୯୨ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ବା ପାଇଁ ଅନୁମତି ମିଳିଛି । ମହାବିଦ୍ୟାଳୟର ୬୪ଟି ସିଟ୍ ବୃଦ୍ଧି କରାଯାଇଛି । ଏହି ମହାବିଦ୍ୟାଳୟରେ ପୂର୍ବରୁ ଅର୍ଥନୀତି, ଇତିହାସ, ଓଡ଼ିଆ ଏବଂ ରାଜନୀତି ବିଜ୍ଞାନ ଅନର୍ସରେ ଶିକ୍ଷା ଗ୍ରହଣ ଚାଲିଥିବା ବେଳେ ଏବେ ଶିକ୍ଷା ଏବଂ ସଂସ୍କୃତ ଅନର୍ସ ବିଭାଗ ଖୋଲିବାକୁ ଅନୁମତି ମିଳିଛି । ଏହି ମହାବିଦ୍ୟାଳୟରେ ସିଟ୍ ସଂଖ୍ୟା ବୃଦ୍ଧି କରିବା ସହିତ ଅନର୍ସ ବିଭାଗ ଖୋଲିବାକୁ ରାଜ୍ୟ ସରକାରଙ୍କ ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନିର୍ଦେଶ ଦେଇଥିଲେ । ତାହା ଆଜି କାର୍ଯ୍ୟକାରୀ କରିବାକୁ ସୂଚନା ମିଳିଛି । ଏ ନେଇ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା ମାନ୍ୟବର ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଛାତ୍ର ଛାତ୍ରୀ ମାନେ ଏହାର ସୂଯୋଗ ନେବାକୁ ଜଣାଇଛନ୍ତି । ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment