BREAKING
Loading...
:

କାର ରେ ନିଆଁ ଲାଗି ପୋଡ଼ିଗଲା ଘର

 କାର ରେ ନିଆଁ ଲାଗି ପୋଡ଼ିଗଲା ଘର



ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ପଞ୍ଚାୟତ ଅଧୀନରେ ଥିବା ନୀଳାଦ୍ରି ପୁର ଗ୍ରାମ ରେ ଏକ ସୁଇଫ୍ଟ ଡିଜାଏର କାର ରେ ନିଆଁ ଲାଗି ଗୋଟିଏ ବଖରା ଘର ପୋଡିଯାଇଥିବା ଜଣା ପଡିଛି।ସୂଚନା ଅନୁଯାୟୀ ଦିନ ୧୨ ସମୟରେ ନୀଳାଦ୍ରି ପୁର ଗ୍ରାମ ର ଦିଲ୍ଲୀପ କୁମାର ମହାପାତ୍ର ଙ୍କ ନିଜ କାର ଗାଡି ନଂ ( ଓ ଆର୍ ୦୨ ବିଏ ୬୪୯୯) ନିଜ ଘର ଆଗରେ ଥିଲା।   କୌଣସି କାରଣ ବଶତଃ କାର ରେ ନିଆଁ ଲାଗି କାର ଟି ଗଡ଼ିଯାଇ ବିଦ୍ୟୁତ୍ ଖୁଣ୍ଟ ରେ ମାଡ ହୋଇ ନିକଟସ୍ଥ ଦୈତାରୀ ପ୍ରଧାନ ଙ୍କ ଘରେ ନିଆଁ ଲାଗି ଆସବାବ ପତ୍ର ପୋଡି ଯାଇଥିଲା।ଘଟଣା ସ୍ଥଳରେ  ନୂଆଗାଁ ଅଗ୍ନିଶମ  ବାହିନୀ  ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS