ତୀର୍ଥଯାତ୍ରୀ ଗାଡିସହ କାର ର ମୁହାଁମୁହିଁ ଧକ୍କା,୧୨ଆହତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ବ୍ଲକଛକ ଟ୍ରାଫିକରେ ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ଘଟି ୧୨ଜଣ ଆହତ ହୋଇ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୁରୀ ଭୁବନେଶ୍ବରରୁ ଛତିଶଗଡ ଫେରୁଥିବା ଏକ ତୀର୍ଥଯାତ୍ରୀ ଟ୍ରାଭେରା ମିନିବସ ବଲାଙ୍ଗିର ପଟୁ ଭୁବନେଶ୍ବର ଯାଉଥିବା କାର୍ ସହ ମୁହାଁମୁହିଁ ସଂଘର୍ଷ ଘଟି ଦୁର୍ଘଟଣା ଘଟିଛି । ମୁହାଁମୁହିଁ ସଂଘର୍ଷ ଯୋଗୁଁ ଟ୍ରାଭେରା ବସ୍ ଓ କାର୍ ଟିର ସାମନା ପଟ ଚୁରମାର୍ ହୋଇପଡିଥିଲେହେଁ କାର ଟିରେ ଥିବା ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି । ତେବେ, ଛତିଶଗଡ, ଦୁର୍ଗର ଟ୍ରାଭେରା ମିନିବସରେ ୨୨ଜଣ ଯାତ୍ରୀ ଥିବାବେଳେ ୧୦ଜଣ ଶିଶୁ ରହିଥିଲେ । ସେମାନଙ୍କ ମଧ୍ୟରୁ ୧୨ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୨ଜଣ ଶିଶୁ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ କିଛି ଯୁବକ ଏବଂ ପୋଲିସ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଆଶୁଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାକୁ ନେଇ ସୋନପୁର ପୋଲିସ ଏକ ମାମଲା ରୁଜୁ କରିଥିବାବେଳେ ଅନୁସନ୍ଧାନ ଜାରି ରଖିଛି।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment