BREAKING
Loading...
:

ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲେ ଏସଟିଏଫ୍‌ ଟିମ

 ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲେ ଏସଟିଏଫ୍‌ ଟିମ                      




ସୁବର୍ଣ୍ଣପୁର ( ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ ସମୟରେ ଦୁଇ ଦଲାଲଙ୍କୁ ଧରିଛି ଏସଟିଏଫ ଟିମ । ଏଥିସହ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବିନିକା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି l ଗିରଫ ଅଭିଯୁକ୍ତ ହେଳେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ସଂକୁଆ ଗ୍ରାମର ଅଶୋକ ବିଶି(୪୨)  ଏବଂ ଜୟ କୁମାର ପଟେଲ (୩୭) । ସୂଚନା ଅନୁସାରେ ଲୋଇସିଂହା ନିକଟସ୍ଥ ଛେଲିଆ ଜଙ୍ଗଳ ରୁ ଉକ୍ତ ଦ୍ବୟବ୍ୟକ୍ତି ବଜ୍ରକାପ୍ତା ବସ୍ତାରେ ଭର୍ତ୍ତିକରି ଆଣି ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଗତକାଲି ରାତି ପ୍ରାୟ ୮ ଟା ସମୟରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡ଼ିଲ ହେଉଥିବା ବେଳେ ଏସଟିଫ ଟିମ ଉକ୍ତ ଦ୍ବୟ  ବ୍ୟକ୍ତିଙ୍କୁ ଧରି ବଜ୍ରକାପ୍ତା କୁ ଉଦ୍ଧାର କରିଥିଲା l ପରେ ବିନିକା ବନବିଭାଗ କୁ ଖବର ଦେବାପରେ ବନ ବିଭାଗ କର୍ମଚାରୀ ପହଞ୍ଚି ବଜ୍ରକାପ୍ତା ଓ ଉକ୍ତଦ୍ବୟ ଅଭିଯୁକ୍ତ କୁ ବିନିକା ବନବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ | ପରେ କାର୍ଯ୍ୟାଳୟ ରେ ଏକ ମାମଲା ରୁଜୁ କରାଯାଇଛି । ବଜ୍ରକାପ୍ତା ର ଓଜନ ୮ କେଜି  ୯୦୦ଗ୍ରାମ୍ ରହିଥିବା ବେଳେ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଆସନ୍ତାକାଲି ଅଭିଯୁକ୍ତ ଅଶୋକ ଏବଂ ଜୟକୁମାର କୁ କୋର୍ଟ ରେ ହାଜର କରାଯିବା ସହିତ ଏହାର ଅଧିକ ତଦନ୍ତ ଜାରି ରହିଥିବା ବିନିକା ବନ ବିଭାଗ ଅଧିକାରୀ ଡମ୍ବରୁଧର ପ୍ରଧାନ ପ୍ରକାଶ କରିଛନ୍ତି । ଏହି ଚଢ଼ାଉ ରେ ଏସଟିଏଫ ଟିମ ସହ ସୋନପୁର ଏସସିଏଫ ପ୍ରଫୁଲ୍ଲ କୁମାର ଧରୁଆ, ବିନିକା ରେଞ୍ଜର ଶ୍ରୀ ପ୍ରଧାନ, ଡୁଙ୍ଗୁରିପାଲି ଫରେଷ୍ଟର ଜୟକୃଷ୍ଣ ପଟ୍ଟନାୟକ, ବିନିକା ଫରେଷ୍ଟର ଜନାର୍ଦ୍ଧନ ସ୍ୱାଇଁ, ସିଂଘିଯୁବା ଫରେଷ୍ଟର ଲିଙ୍ଗରାଜ ନାଏକ ପ୍ରମୁଖ ସାମିଲ ଥିଲେ । 




ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS