ମାନବ ସେବା ହିଁ ମାଧବ ସେବା
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସେବା ମାନବର ପରମ ଧର୍ମ । "ମାନବ ସେବା ହିଁ ମାଧବ ସେବା" ଏଇ କଥା ପ୍ରମାଣ କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଚେରିଟେବୁଲ ଟ୍ରଷ୍ଟ ଶ୍ରୀରାଧା ହେଲପିଙ୍ଗ ହେଣ୍ଡସ୍ । ପ୍ରାୟ ୫୦ ଜଣକୁ ନେଇ ଗଠିତ ଏହି ସମାଜସେବୀ ଅନୁଷ୍ଠାନ ଯେତେବେଳେ ଖବର ପାଆନ୍ତି ଯେ କେଉଁ ଗରିବ ଝିଅର ବାହାଘର ଅଛି ପହଞ୍ଚିଯାନ୍ତି ତତକ୍ଷଣାତ । ସମସ୍ତେ ମିଶି ଲାଗିପଡନ୍ତି ନିଜ ପରିସର ଓ ପରିଚିତ ଲୋକଙ୍କ ପାଖରୁ ଭିକ୍ଷା କରିବା ପାଇଁ । ନିଜେ ଦାନ କରି ଅନ୍ୟକୁ ଦାନ ଦେବାର ସୁଯୋଗ ଦିଅନ୍ତି ଏମାନେ । ଏପରି ଅନେକ ବାହାଘରରେ ସହାୟତା ଦେଇ
ମାନବିକତାର ଉଦାହରଣ ସୃଷ୍ଟି କରନ୍ତି ଏହି ଦଳର କର୍ମକର୍ତ୍ତାମାନେ । ମାତ୍ର ଏମାନେ ଅସତ୍ ପାତ୍ରରେ ଦାନ କରନ୍ତି ନାହିଁ। ପ୍ରଥମରେ ଯାଇ ଦେଖି ଆସନ୍ତି ପ୍ରାର୍ଥୀଙ୍କର ଆବଶ୍ୟକତା କେତେ l ତାପରେ ସାହାର୍ଯ୍ୟ ର ହାତ ବଢ଼ାଇ ଦିଅନ୍ତି ସମସ୍ତେ ମିଶି । ଶୁଖିଲା ମୁହଁରେ ହସ ଦେଖି ଏମାନେ ଆତ୍ମତୃପ୍ତି ଲାଭ କରନ୍ତି । ଏପରି ବୀରମହାରାଜପୁରର ଏକ ବାହାଘରରେ ଦୁଇ ଦିନ ତଳେ ସହାୟତା ଦେଇଛନ୍ତି l ସମସ୍ତେ ରାତି ଦିନ ଏକାକାର କରି ଘର ଘର ବୁଲି ଭିକ୍ଷା କରି । ବର୍ତ୍ତମାନର ଏହି ସ୍ୱାର୍ଥସର୍ବସ୍ଵ ବ୍ୟସ୍ତ ମନୁଷ୍ୟମାନଙ୍କ ମଧ୍ୟରେ ବି ଏପରି ମାନବିକତା ଦେଖି ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment