BREAKING
Loading...
:

ଗଣିଆ ବ୍ଲକର ୩ଟି ବିଦ୍ୟାଳୟକୁ ମିଳିଲା କୃତି ବିଦ୍ୟାଳୟ ପୁରସ୍କାର

 ଗଣିଆ ବ୍ଲକର ୩ଟି ବିଦ୍ୟାଳୟକୁ ମିଳିଲା କୃତି ବିଦ୍ୟାଳୟ ପୁରସ୍କାର




ଗଣିଆ ୨୦/୦୬(ମଣିଭଦ୍ରା ଖବର) ରାଜ୍ୟ ଗଣଶିକ୍ଷା ବିଭାଗର ଘୋଷଣା ଅନୁସାରେ ପ୍ରତିବର୍ଷ ଗୋଟିଏ ବ୍ଳକର ୩ଟି ବିଦ୍ୟାଳୟକୁ କୃତି ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯାଉଛି । 




ଏହି କ୍ରମରେ ଚଳିତ ବର୍ଷ ଗଣିଆ ବ୍ଲକର ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ରାସଙ୍ଗ, ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା, ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋରପ୍ରସାଦ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉପରୋକ୍ତ ୩ଟି ବିଦ୍ୟାଳୟକୁ  ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଥିବା ଜଣାପଡିଛି । ପୁରସ୍କାର ମିଳିବା ପରେ ବିଦ୍ୟାଳୟର ଅଭିଭାବକ ଓ ଛାତ୍ର ଛାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ପୁରସ୍କାର ଶିକ୍ଷା ଦାନ କ୍ଷେତ୍ରରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ତେବେ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ, ଆଡକଟା ଲଗାତାର ଭାବେ ୩ ଥର ଏହି ପୁରସ୍କାର ପାଇଥିବା ଜଣାପଡିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS