BREAKING
Loading...
:

ସୁବର୍ଣ୍ଣପୁର ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ

 ସୁବର୍ଣ୍ଣପୁର ରେ ଓଡ଼ିଆ ଭାଷା  ସାହିତ୍ୟ ଓ ସଂସ୍କୃତି ବିଭାଗ  ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ -

ଯେ କୌଣସି ପର୍ବ ପର୍ବାଣୀ ଜନ ଜୀବନକୁ ଉତଫୁଲ୍ଲିତ କରିବା ସହ ସାମାଜିକ, ଆଧ୍ୟାତ୍ମିକ, ବୌଦ୍ଧିକ ଓ ଅର୍ଥନୈତିକ ବିକାଶ କରିଥାଏ - 



ସୁବର୍ଣ୍ଣପୁର, ( ମଣିଭଦ୍ରା ଖବର)

ଆଜି  ସୁବର୍ଣପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟରେ  ଜିଲ୍ଲା ପ୍ରଶାସନ ଓ ଓଡ଼ିଆ  ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ ନାରାୟଣ  ଦାଶ ଯୋଗଦେଇ କହିଲେ  ଯେ କୌଣସି ବି ପର୍ବ ପର୍ବାଣୀ ଜନ ଜୀବନକୁ ଉତଫୁଲ୍ଲିତ କରିବା ସହ ସାମାଜିକ, ଆଧ୍ୟାତ୍ମିକ, ବୌଦ୍ଧିକ ଓ ଅର୍ଥନୈତିକ ବିକାଶ କରିଥାଏ, ରଜପର୍ବ କେବଳ ଝିଅ ବୋହୂଙ୍କ ଏକ ପର୍ବ  ନୁହଁ ,ଏଥିରେ  ରାଜ୍ୟର ସାଂସ୍କୃତିକ,  ଆଧ୍ୟାତ୍ମିକ ଏବଂ ଅର୍ଥନୈତିକ ମହତ୍ତ୍ୱ ମଧ୍ୟ ନିହିତ ଅଛି l ସାରା ରାଜ୍ୟରେ ରଜ ମହୋତ୍ସବ ପାଳନ ହେଉଥିବାରୁ  ଏହା ନିଶ୍ଚିତ ଭାବରେ ପୂର୍ବ ଓ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ସମ୍ପର୍କ ରେ ଏକ ନୂତନ ସୂତ୍ର ଯୋଡି ଦେବ l ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ  ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ,  ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା,  ଜିଲ୍ଲା  ସାମାଜିକ  ସୁରକ୍ଷା  ଅଧିକାରୀ ରବିନ୍ଦ୍ର ପାଲକା , ଜିଲ୍ଲା  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର  ଭୋଇ, ଡ଼େପୁଟି କଲେକ୍ଟର ପ୍ରୟାସି ପଧାନ  ପ୍ରମୁଖ ଯୋଗ ଦେଇଥିଲେ I ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମା ସନ୍ତୋଷୀ, ସୁବର୍ଣ୍ଣା, ତାରିଣୀ ଓ ସାରଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତା ମାନେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠାପଣା ଓ  ରଜ ପାନ ତିଆରି କରିଥିଲେ I ଯୁବ ନୃତ୍ୟଶିଳ୍ପୀ ଅଙ୍କିତା ରାୟଗୁରୁ ଏବଂ ସ୍ଵର୍ଣ୍ଣ  ଶିଖା ର କଳାକାରମାନେ ସସ୍ମିତା ପରମଗୁରୁ  ଓ ବେଦବର ପାତ୍ରଙ୍କ ନିର୍ଦ୍ଦେଶନାରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ l ବିଦ୍ୟାପତି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l  କଳାକାର ଏବଂ  ମହିଳା  ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମାନପତ୍ର ଓ ଟେରାକୋଟା ଟ୍ରଫି ଦେଇ  ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ କୁ  ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ସଦସ୍ୟ ସାଶ୍ୱତ ତ୍ରିପାଠୀ ଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ,  କର୍ମଚାରୀ,  ମହିଳା ସ୍ଵୟଂ ସହାୟକ ଦଳ ର ସଦସ୍ୟl, ଛାତ୍ର ଛାତ୍ରୀ,  ଜିଲ୍ଲା ଗ୍ରନ୍ଥାଳୟର ପାଠକ ପାଠିକା  ଏବଂ  ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପଭୋଗ  କରିଥିଲେ  I 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS