BREAKING
Loading...
:

ଚୋରା ଗଞ୍ଜେଇ କାରବାର,, କାର ସହ ତିନି ଗିରଫ

 ଚୋରା ଗଞ୍ଜେଇ କାରବାର,, କାର ସହ ତିନି ଗିରଫ 


ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ତିଲକାମାଲ ଛକ ରୁ 30 କେ,ଜି 200 ଗ୍ରାମ ଗଞ୍ଜେଇ ଜବତ କରିବା ସହ ତିନି ଜଣ ଚୋରା ଗଞ୍ଜେଇ ବେପାରୀ ଙ୍କୁ ପୋଲିସ ଗିରଫ କରିଛି l ଏହି କାରବାର ରେ ବ୍ୟବହୃତ ଧଳା ରଙ୍ଗର କାର ( ନମ୍ବର. CG 04KH 0999), ଦୁଇଟି ମୋବାଇଲ କୁ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲା ଗୁଡ଼ିଆରୀ ଥାନା ଅଞ୍ଚଳର ଅମିତ ରାହୁଲକର (30), ରାମୁ ସାହୁ (22), ଓ ଅଭିଷେକ ସୋନି (23) କୁ ଗିରଫ କରାଯାଇଛି l ଏହି ଚୋରା ଗଞ୍ଜେଇ କଣ୍ଟାମାଲ ଥାନା ଅଂଚଳରୁ ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲାକୁ ଚାଲାଣ ହେଉଥିଲା l ଏ ନେଇ ଘଣ୍ଟାପଡା ଫାଣ୍ଡି ର ଏସ ଆଇ ଗଣନାଥ ଥନାପତି କଣ୍ଟାମାଲ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି l କଣ୍ଟାମାଲ ପି ଏସ କେ୍ସ ନମ୍ବର 70 ତା.03/06/22  U/S 20 ( b), (  ii ) ଏନଡି ପି ଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା କଣ୍ଟାମାଳ ଥାନା ଦାୟିତ୍ୱ ରେ ଥିବା ଡି ଏସ ପି ତପସ୍ୱିନୀ କଅଁର ସୂଚନା ଦେଇଛନ୍ତି l 




ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS