BREAKING
Loading...
:

ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ,ବିକ୍ରମ ଆରୁଖ ହୋଇପାରନ୍ତି ବାଚସ୍ପତି

 

ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ,ବିକ୍ରମ  ଆରୁଖ ହୋଇପାରନ୍ତି ବାଚସ୍ପତି




 ମଣିଭଦ୍ରା ଖବର( ବ୍ୟୁରୋ ରିପୋର୍ଟ)  ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ୨୧ ଜଣ ।  ସେଥିମଧ୍ୟରୁ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ , ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ନବ କିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଶପଥ ନେବେ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାଶ, ଅଶ୍ବିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା , ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ। ସୋମବାର ସକାଳେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସମସ୍ତ ୨୦ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ସେଥିରୁ ୯ ଜଣ ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେବେ। ନୂଆ ତାଲିକାରେ ୨୧ ଜଣରୁ ୫ ଜଣ ମହିଳା ରହିଛନ୍ତି।

ଦିନସାରା ଅନେକ ବିଧାୟକଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ଶେଷ ମୁହୂର୍ତ୍ତରେ କିଛି ବାଦ ପଡ଼ିଛନ୍ତି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଶାସକ ଦଳର ମୁଖ୍ୟ ସଚେତକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସୂର୍ଯ୍ୟ ନାରାୟଣ ପାତ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନାହାନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟ ଭଲ ନାହିଁ ଓ ଚିକିତ୍ସିତ ହେଉଥିବାରୁ ପଦବୀରୁ ଇସ୍ତଫା ଦେଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି । ରାଜ୍ୟ ବିଧାନସଭର ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ହେବାର ସମ୍ଭାବନା ରହିଛି । ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଭିତରେ ବିଭିନ୍ନ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ ରଦ୍ଦର ବିଜ୍ଞପ୍ତି ବି ପ୍ରକାଶ ପାଇଛି । ଏଥିରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ବି ରହିଛି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS