BREAKING
Loading...
:

ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ପାଇଁ ବୌଦ୍ଧ ଜ଼ିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ

 ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ପାଇଁ ବୌଦ୍ଧ ଜ଼ିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ 

 


ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷ ରୁ ଆଜି ଶିଶୁ ଶ୍ରମିକ ଓଡିଶା ଗଠନ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି l ଗ୍ରାମୀଣ ଶ୍ରମ ନିରୀକ୍ଷକ କନ୍ୟାକୁମାରୀ ସାହୁ ଙ୍କ ନେତୃତ୍ୱ ରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ବୌଦ୍ଧ ଏନ. ଏ. ସି. ସାରା ସଚେତନତା ର ବାର୍ତ୍ତା ଦେଇଛି l ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ରଥ ର ଶୁଭାରମ୍ଭ କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା,ନିଜରତ ଅଫିସର ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଉପ -ଜ଼ିଲ୍ଲାପାଳ ସନତ କୁମାର ନାଏକ, ଷ୍ଟେନୋ ଜ୍ୟୋତିର୍ମୟୀ ନନ୍ଦ, ବରିଷ୍ଠ ସହାୟକ ସର୍ବେଶ୍ୱର ଦାନୀ , ରଶ୍ମି ରଞ୍ଜନ ପାଣିଗ୍ରାହୀ ଏବଂ ଜ଼ିଲ୍ଲା ଶ୍ରମ କାର୍ଯ୍ୟଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି 14 ବର୍ଷରୁ କମ କୌଣସି ଶିଶୁ କୁ କୌଣସି କାମରେ ନିୟୋଜିତ ନ କରିବl,15ରୁ 18ବର୍ଷ ମଧ୍ୟରେ କୌଣସି ବିପଦ ସଂକୁଳ କାମରେ ନିୟୋଜିତ ନ କରିବା, ଏପରି ଅପରାଧ କଲେ 50,000/- ଜୋରିମାନା ସହ ଜେଲ ଦଣ୍ଡ ଆଇନ ରହିଥିବା ନେଇ ସମସ୍ତ ଙ୍କୁ ସଚେତନ କରାଯାଇଥିଲା l ସେହିପରି କୌଣସି ସ୍ଥାନ ରେ ଏପରି ଅପରାଧ ଘଟୁଥିଲେ ଜ଼ିଲ୍ଲା ଶ୍ରମ ଅଧିକାରୀ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜ଼ିଲ୍ଲାପାଳ ଙ୍କୁ ଅବଗତ କରାଯିବା ସହ  1098  ହେଲପ ଲାଇନ ନଂ ରେ ସୂଚନା ଦେବାପାଇଁ ମଧ୍ୟ ସଚେତନ କରାଯାଇଥିଲା l ଏହି ସଚେତନତା ଫଳରେ ଶିଶୁ ଶ୍ରମିକ ନିଶ୍ଚିତ ଭାବରେ ରୋକା ଯାଇ ପାରିବ ବୋଲି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ର ସଂଯୋଜକ ସୁଜିତ କୁମାର ଦାଶ ଏବଂ ଡାଟା ଏଣ୍ଟ୍ରି ଅପରେଟର କାହ୍ନୁ ଚରଣ ମହାରଣା, ରାଜେଶ ବାରିକ, ଆର. ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS